ଭରତପୁର କୋଇଲା ଖଣିରେ ଧସିଲା ମାଟି : ୧୦ ଶ୍ରମିକ ଆହତ, ୪ ଫସି ରହିଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 23, 2019

ଭରତପୁର କୋଇଲା ଖଣିରେ ଧସିଲା ମାଟି : ୧୦ ଶ୍ରମିକ ଆହତ, ୪ ଫସି ରହିଛନ୍ତି

ଅନୁଗୋଳ(ବିରଜା ଦାସ): ତାଳଚେର ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ଗତକାଲି ବିଳମ୍ବିତ ରାତିରେ ବ୍ଲାଷ୍ଟିଂ  ହେଉଥିବା ବେଳେ ମାଟି ଧସି ଯାଇଛି।ଉକ୍ତ ସମୟରେ  ସେଠାରେ କାର୍ଯ୍ୟରତ  ପ୍ରାୟ ୫୦ ଶ୍ରମିକଙ୍କ ମଧ୍ୟରୁ ୧୪ ଜଣ ମାଟି ତଳେ ଫସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ  ଉଦ୍ଧାର କରାଯାଇଥିବା ବେଳେ ଆହୁରି ୪ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି।

ଆହତମାନଙ୍କୁ ସେଣ୍ଟ୍ରାଲ ମେଡିକାଲରେ ଭର୍ତ୍ତି କରାଯାଇଛି।  ଚାପି ହୋଇଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏକ ଠିକାସଂସ୍ଥା କୋଇଲା ଖନନ ପାଇଁ ଭରତପୁର କୋଇଲା ଖଣିରେ ବ୍ଲାଷ୍ଟିଂ କରୁଥିଲେ। ଏହି ସମୟରେ ପ୍ରାୟ ୫୦୦ମିଟର ଯାଏ ମାଟି ଧସି ଯାଇ ଖଣି ଭିତରକୁ ପ୍ରବେଶ କରିଥିଲା।

ସେହି ସମୟରେ ୪୦ରୁ ୫୦ ଜଣ ଶ୍ରମିକ ଖଣି ଭିତରେ କାର୍ଯ୍ୟ କରୁଥିଲେ। ଅନ୍ୟ ଶ୍ରମିକମାନେ ସୁରକ୍ଷିତ ଅବସ୍ଥାରତ ସେଠାରୁ ବାହାରି ଆସିଥିବା ବେଳେ ୧୪ ଜଣ ଫସି ଯାଇଥିଲେ। ବେଆଇନ କୋଇଲା ଖନନ ବିରୋଧରେ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। 



from Odisha Reporter https://ift.tt/2OcOx2l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages