ଶ୍ରାବଣ ମାସରେ ଘରେ ଏହି ଫଟୋ ଲଗାଇଲେ ପତି-ପତ୍ନୀଙ୍କ ମଧ୍ୟରେ ମଧୁରତା ବଢ଼େ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 23, 2019

ଶ୍ରାବଣ ମାସରେ ଘରେ ଏହି ଫଟୋ ଲଗାଇଲେ ପତି-ପତ୍ନୀଙ୍କ ମଧ୍ୟରେ ମଧୁରତା ବଢ଼େ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରାବଣ ମାସକୁ ପବିତ୍ର ମାସ ବୋଲି କୁହାଯାଏ। ଏହି ମାସରେ ସବୁଆଡ଼େ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ। ଏହି ମାସରେ ଆପଣ ଯଦି କିଛି ବାସ୍ତୁ ଉପାୟ ଅବଲମ୍ବନ କରିବେ, ତା’ହେଲେ ଘରେ ସବୁବେଳେ ସୁଖଶାନ୍ତିର ବାତାବରଣ ରହିବା ସହ ଏକ ସକାରାତ୍ମକ ପରିବେଶ ମଧ୍ୟ ସୃଷ୍ଟି ହେବ। ତା’ହେଲେ ଜାଣନ୍ତୁ, ବାସ୍ତୁ ଅନୁସାରେ ଏହି ମାସରେ କେଉଁ ସବୁ ଉପାୟ ଅବଳମ୍ବନ କଲେ ଶୁଭ ଫଳ ପ୍ରାପ୍ତି ହୁଏ।

୧- ଏହି ମାସରେ ପୂର୍ବ ଦିଗର ବିଷେଶ ମହତ୍ତ୍ୱ ରହିଥାଏ। ଆପଣ ଯଦି ପୂର୍ବ ଦିଗରେ ଛୋଟ ଜଳ କ୍ଷେତ୍ର ରଖିବେ, ତା’ହେଲେ ଏହା ଆପଣଙ୍କ ଘରକୁ ସକାରାତ୍ମକ ଶକ୍ତି ପ୍ରଦାନ କରିବ। ଏବେ ପେଙ୍ଗସୁଇର କୃତ୍ରିମ ଝରଣା ସବୁ ମିଳୁଛି। ଆପଣ ତାକୁ ମଧ୍ୟ ଆଣି ରଖି ପାରିବେ।

୨- ବାସ୍ତୁ ଅନୁସାରେ ଏହି ମାସରେ ପୂର୍ବ ଦିଗରେ ଭଗବାନ ଶିବଙ୍କ ଫଟୋ ଲଗାଇବା ଦ୍ୱାରା ମଧ୍ୟ ଘରେ ମଙ୍ଗଳ ହୋଇଥାଏ। ସେହିପରି ଏହି ମାସରେ ଆପଣ ଘରେ ଅର୍ଦ୍ଧନାରୀଶ୍ୱରଙ୍କ ଫଟୋ ବି ଲଗାଇ ପାରିବେ। ଶ୍ରାବଣ ମାସରେ ଘରେ ଏହି ଫଟୋ ଲଗାଇଲେ ପତି-ପତ୍ନୀଙ୍କ ମଧ୍ୟରେ ମଧୁରତା ବଢ଼େ।

୩- ଘରେ ତୁଳସୀ ଗଛ ଲଗାଇବାର ସର୍ବଶ୍ରେଷ୍ଠ ମାସ ହେଉଛି ଶ୍ରାବଣ। ଉତ୍ତର ଦିଗରେ ମାଟି କୁଣ୍ଡରେ ଏହି ଗଛ ଲଗାନ୍ତୁ। ଏହି ମାସରେ କୁଆଁରୀ କନ୍ୟା ଯଦି ନିଜ ହାତରେ ଏହି ଗଛ ଲଗାନ୍ତି, ତା’ହେଲେ ଯୋଗ୍ୟ ବର ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି।

୪- ଏହି ମାସରେ ରୁଦ୍ରାକ୍ଷ ଧାରଣ କରିବାର ମଧ୍ୟ ବିଶେଷ ମହତ୍ତ୍ୱ ରହିଥାଏ। ଏହା ଆପଣଙ୍କୁ ଅନେକ ଗ୍ରହଦୋଷରୁ ମୁକ୍ତି ଦେବା ସହିତ ମନକୁ ଶାନ୍ତି ପ୍ରଦାନ କରିଥାଏ। ଶୁଭଫଳ ପ୍ରାପ୍ତି ପାଇଁ ଏହି ମାସରେ  ପଞ୍ଚମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ।

୫- ଦୁଦୁରା ଫୁଲ ଭଗବାନ ଶିବଙ୍କର ଅତିପ୍ରିୟ। ଏଥିପାଇଁ ପୂଜା ବେଳେ ତାଙ୍କଠାରେ ଏହି ଫୁଲ ଲାଗି ହୋଇଥାଏ। ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ଦୁଦୁରା ଫୁଲ ଅର୍ପଣ କରିବା ଦ୍ୱାରା ସମସ୍ୟାର ସମାଧାନ ହୋଇଥାଏ ବୋଲି ବିଶ୍ୱାସ ରହିଛି।



from Odisha Reporter https://ift.tt/2OgdCK2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages