ଆଜିଠୁ ନକ୍ସଲଙ୍କ ସହିଦ୍‌ ସପ୍ତାହ, ବିଭିନ୍ନ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 27, 2019

ଆଜିଠୁ ନକ୍ସଲଙ୍କ ସହିଦ୍‌ ସପ୍ତାହ, ବିଭିନ୍ନ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା

କଲ୍ୟାଣସିଂହପୁର/ ମାଲକାନଗିରି(ଓଡ଼ିଶା ରିପୋର୍ଟର): ଆଜିଠୁ ଅଗଷ୍ଟ ୩ ଯାଏ ନକ୍ସଲମାନେ ସହିଦ୍ ସପ୍ତାହ ଦିବସ ପାଳନ କରୁଛନ୍ତି। ସରକାରଙ୍କ ନକ୍ସଲ ଦମନ ନୀତିକୁ ବିରୋଧ କରି ପ୍ରତିବର୍ଷ ଜୁଲାଇ ୨୮ରୁ ବିଭିନ୍ନ ନକ୍ସଲ ସଂଗଠନ ତରଫରୁ ଏହି ସପ୍ତାହ ପାଳନ କରାଯାଇଥାଏ। ଏହି ସପ୍ତାହ ପାଳନ ଅବସରରେ ନକ୍ସଲମାନେ ବିଭିନ୍ନ ପ୍ରକାର ଅଘଟଣ ଘଟାଇଥା’ନ୍ତି।  ତେଣୁ ଏହାକୁ ଦୃଷ୍ଟିରେ ରଖି ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ରାୟଗଡ଼ା ଜିଲ୍ଲାରେ ଆନ୍ଧ୍ର-ଓଡ଼ିଶା ସୀମାକୁ ସିଲ୍ କରାଯିବା ସହ କମ୍ବିଂ ଅପରେସନ୍‌କୁ ଜୋରଦାର କରାଯାଇଛି। ନକ୍ସଲଙ୍କ ମୁକାବିଲା ପାଇଁ ଜିଲ୍ଲାରେ ସିଆରପିଏଫ୍, ବିଏସ୍ଏଫ୍ ଯବାନଙ୍କ ସମେତ ଏସ୍ଓଜି ଓ ଡିଭିଏଫ୍ ଯବାନଙ୍କୁ ମୁତୟନ କରାଯାଇଛି। ସମ୍ବେଦନଶୀଳ ସ୍ଥାନରେ ଯାଞ୍ଚ କରାଯିବା ସହ ଗାଁ ଗୁଡ଼ିକରେ ସିଆରପିଏଫ୍ ଯବାନମାନେ ପଇଁତରା ମାରୁଛନ୍ତି ବୋଲି ରାୟଗଡ଼ା ଏସ୍‌ପି କହିଛନ୍ତି।

ସେହିପରି ନକ୍ସଲଙ୍କ ସହିଦ ସପ୍ତାହକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାରେ ମଧ୍ୟ କମ୍ବିଂ ଅପରେସନ୍‌କୁ ଜୋରଦାର କରାଯାଇଛି। ଗତକାଲି ଛତିଶଗଡ଼ର ବସ୍ତର ଜିଲ୍ଲାରେ ପୁଲିସ୍‌ ଏନକାଉଣ୍ଟରରେ ୭ଜଣ ନକ୍ସଲ ନିହତ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଠାରେ ଓଡ଼ିଶା-ଛତିଶଗଡ଼ ସୀମାକୁ ସିଲ୍ କରାଯାଇଛି। ଉକ୍ତ ଅଞ୍ଚଳରେ ଯାତାୟତ କରୁଥିବା ଗାଡ଼ିକୁ ଯାଞ୍ଚ କରାଯାଉଛି। ନକ୍ସଲଙ୍କ ଗତିବିଧି ଉପରେ ପୂରା ନଜର ରଖାଯାଇଥିବା ମାଲକାନଗିରି ଏସ୍‌ପି କହିଛନ୍ତି। ସୁରକ୍ଷା ଦୃଷ୍ଟିରୁ କିଛି ଅଞ୍ଚଳରେ ସରକାରୀ ବସ୍ ଚଳାଚଳକୁ ବନ୍ଦ ରଖାଯାଇଥିବା ଜଣାପଡ଼ିଛି।



from Odisha Reporter https://ift.tt/2Zjo2ti

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages