ନୀଳଗିରି(ବିଶ୍ୱମ୍ୱର ଦାସ): ଆଜିଠୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ଆଠ ଦିନିଆ ବିଦେଶ ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଏହି ଗସ୍ତ ଆଜିଠୁ ଅଗଷ୍ଟ ୪ ତାରିଖ ଯାଏ ଚୂଡ଼ାନ୍ତ ହୋଇଛି। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଆଫ୍ରିକାର ଜିନିଆ, ଗାମ୍ୱିଆ ଓ ବେନିନ ଯିବାର କାର୍ଯ୍ୟକ୍ରମ ରହିଛି।
ରାଷ୍ଟ୍ରପତିଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ପଶ୍ଚିମବଙ୍ଗର ସାଂସଦ ଦିଲୀପ ଘୋଷ ମଧ୍ୟ ଯିବେ। ରାଷ୍ଟ୍ରପତିଙ୍କ ଏହି ଗସ୍ତ ଦ୍ୱାରା ଆଫ୍ରିକା ଓ ଭାରତ ମଧ୍ୟରେ ଥିବା ସମ୍ପର୍କ ଆହୁରି ଦୃଢ଼ ହେବ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ,ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅଭିଭାଷଣ ଦେଇ ପ୍ରତାପ ଷଡ଼ଙ୍ଗୀ ସାରାଦେଶ ତଥା ବିଦେଶରେ ଚର୍ଚ୍ଚିତ ହୋଇଥିଲେ। ଧନ୍ୟବାଦ ଅଭିଭାଷଣ ରଖିବା ଅବସରରେ ସେ ଲୋକସଭାରେ ହିନ୍ଦୀ, ଇଂରାଜୀ, ଓଡ଼ିଆ, ବଙ୍ଗଳା ଏବଂ ସଂସ୍କୃତ ଭାଷାରେ କହିଥିଲେ।
from Odisha Reporter https://ift.tt/2Yr0Ub8
No comments:
Post a Comment