ଶ୍ରାବଣ ମାସରେ ବୋଲବମ୍‌ ଯାଉଛନ୍ତି କି? ଏ ସବୁ କଥା ଜାଣି ନିଅନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 20, 2019

ଶ୍ରାବଣ ମାସରେ ବୋଲବମ୍‌ ଯାଉଛନ୍ତି କି? ଏ ସବୁ କଥା ଜାଣି ନିଅନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରାବଣ ମାସ ଆରମ୍ଭ ହୋଇସାରିଛି। ଧାର୍ମିକ ମାନ୍ୟତା ଅନୁସାରେ ଏହି ମାସଟି ବହୁତ ପବିତ୍ର। ‍ବର୍ଷର ଏହି ମାସଟିକୁ ଭଗବାନ ଶିବଙ୍କୁ ସମର୍ପିତ କରାଯାଇଥାଏ। ଏହି ମାସରେ ଲକ୍ଷ ଲକ୍ଷ ସଂଖ୍ୟାରେ ଶିବ ଭକ୍ତ କାଉଡ଼ି ବା ବୋଲ୍‌ବମ୍‌ ଯାତ୍ରା କରିଥା’ନ୍ତି।

କାଉଡ଼ିଆମାନେ ବିଭିନ୍ନ ନଦୀରୁ ପାଣି ନେଇ ଶିବଙ୍କୁ ଜଳାଭିଷେକ କରିଥା’ନ୍ତି। ଶ୍ରାବଣ ମାସରେ ଶିବଙ୍କୁ ଜଳାଭିଷେକ କରିବାର ଏକ ବିଶେଷ ମହତ୍ତ୍ୱ ରହିଛି। ଜଳାଭିଷେକ ଦ୍ୱାରା ଭଗବାନ ଶିବ ତାଙ୍କ ଭକ୍ତମାନଙ୍କ ଉପରେ ପ୍ରସନ୍ନ ହୋଇ ସେମାନଙ୍କ ମନୋସ୍କାମନା ପୂର୍ଣ୍ଣ କରିଥା’ନ୍ତି ବୋଲି ବିଶ୍ୱାସ ରହିଛି।

କିନ୍ତୁ ଆପଣ ଜାଣିଛନ୍ତି କି, କାଉଡ଼ି ବା ବୋଲ୍‌ବମ୍‌ ଯାତ୍ରା କରୁଥିବା ଭକ୍ତମାନଙ୍କ ପାଇଁ କିଛି ବିଶେଷ ନିୟମ ରହିଛି। ଏହି ନିୟମ ଅନୁସାରେ ଯାତ୍ରା କଲେ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି। ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ ?

୧. ଭଗବାନ ଶିବଙ୍କୁ ଜଳ ଅର୍ପଣ ନ କରିବା ପର୍ଯ୍ୟନ୍ତ ଯାତ୍ରା ସମୟରେ ସାଥିରେ ନେଉଥିବା ବାହୁଙ୍ଗାକୁ ତଳେ ରଖନ୍ତୁ ନାହିଁ।
୨. କାଉଡ଼ିଆମାନେ ନଦୀରୁ ପାଣି ନେଇ ଯାତ୍ରା କରନ୍ତି। ଯଦି ଆପଣଙ୍କ ପାତ୍ରଟି ମାଟିର, ତେବେ ଧ୍ୟାନ ଦେବେ ଯେମିତି ତାହା ଫାଟି ନଥିବ। ତେଣୁ କିଣିଲା ବେଳୁ ହିଁ ତାକୁ ପରୀକ୍ଷା କରି ନେଇଥିବେ।

୩. ଜଳ ନେଉଥିବା ପାତ୍ରକୁ ରେଶମ ସୂତାରେ ବାନ୍ଧନ୍ତୁ ଏବଂ ଯେଉଁ ବାଉଁଶକୁ ବାହୁଙ୍ଗା କରୁଛନ୍ତି, ତାହାକୁ ଭଲ ଭାବରେ ପରିଷ୍କାର କରନ୍ତୁ। ଏପରି କରିବା ଦ୍ୱାରା ବାହୁଙ୍ଗା ଦୋଷମୁକ୍ତ ହୋଇଥାଏ ବୋଲି କୁହାଯାଏ।
୪. ମନେ ରଖନ୍ତୁ ଯାତ୍ରା ସମୟରେ ନିଜର ଜଳ ପାତ୍ରକୁ ଅନ୍ୟ କାହାକୁ ଦିଅନ୍ତୁ ନାହିଁ।
୫. ଯାତ୍ରା ସମୟରେ ଭଗବାନ ଶିବଙ୍କ ନାମ ଜପନ୍ତୁ।

୬. ଏହି ଯାତ୍ରାକୁ ସୂର୍ଯ୍ୟୋଦୟର ଦୁଇ ଘଣ୍ଟା ପୂର୍ବରୁ ଆରମ୍ଭ କରି ସୂର୍ଯ୍ୟାସ୍ତର ଦୁଇ ଘଣ୍ଟା ପରେ ଶେଷ କରନ୍ତୁ।
୭. ଯଦି କୌଣସି ବ୍ୟକ୍ତି ସନ୍ତାନ ସୁଖ, ମାନସିକ ପ୍ରସନ୍ନତା, ରୋଗ ନିବାରଣ ଓ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ କାଉଡି ଯାତ୍ରା ଉତ୍ତମ ବୋଲି ଶାସ୍ତ୍ରରେ ମତ ରହିଛି।
୮.  ବୋଲ୍‌ବମ୍‌ରେ ଯିବା ବେଳେ କୌଣସି ଧାତୁ ପାତ୍ରରେ ଜଳ ଭରି ନିଅନ୍ତୁ। ଧାତୁ ପାତ୍ରରେ ଜଳ ଭରିବାକୁ ଶୁଦ୍ଧ ବୋଲି କୁହାଯାଇଥାଏ। ଆପଣ ମାଟି ପାତ୍ରରେ ମଧ୍ୟ ଜଳ ଭରି ପାରିବେ। କିନ୍ତୁ ଭୁଲରେ ବି ପ୍ଲାଷ୍ଟିକ୍‌, କାଚ, ଆଲୁମିନିୟମ୍‌ ଓ ଷ୍ଟିଲ୍‌ ପାତ୍ରର ଉପଯୋଗ କରନ୍ତୁ ନାହିଁ।

 



from Odisha Reporter https://ift.tt/2XS1cw4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages