ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ରାଫେଲ ଯୁଦ୍ଧ ବିମାନର ସୁରକ୍ଷା ପାଇଁ ଭାରତୀୟ ବାୟୁ ସେନା ଏବେ ଚିନ୍ତାରେ। ଆଉ ଏହି ଚିନ୍ତାର କାରଣ ପାଲଟିଛି ପାରା। ହରିଆଣାର ଅବାଲାମରେ ପ୍ରସ୍ତାବିତ ରାଫେଲ ଏୟାରବେସ୍ ନିକଟରେ ଅଧିକ ମାତ୍ରାରେ ପାରା ଉଡୁଥିବା ଦେଖିବାକୁ ମିଳୁଛି। ଯାହାଫଳରେ ବିମାନ ଦୁର୍ଘଟଣା ହେବାର ଆଶଙ୍କା ରହିଛି। ଏନେଇ ଚିନ୍ତିତ ଥିବା ବାୟୁସେନା ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି।
ବାୟୁ ସେନା ପକ୍ଷରୁ ଏକ ଜାତୀୟ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏୟାରଫିଲ୍ଡ ନିକଟରେ ଥିବା କିଛି ଲୋକ ନିଜ ଘରେ ପାରା ପୋଷା କରି ରହୁଛନ୍ତି। ଯାହା ଯୁଦ୍ଧ ବିମାନ ପାଇଁ ବିପଦ ସୃଷ୍ଟି କରିଛି। ଏହି ଘଟଣାକୁ ବାୟୁସେନା ଗମ୍ଭୀରତା ସହ ଗ୍ରହଣ କରିଛି। ଏଥିସହ ଏୟାର ଫିଲ୍ଡ ନିକଟରେ କେହି ବି ପାରା ପାଳିବାକୁ ଅନୁମତି ନ ଦେବାକୁ ବାୟୁ ସେନା ଚାହୁଁଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ବାୟୁସେନାର ଏକ ଯୁଦ୍ଧ ବିମାନରେ ପକ୍ଷୀ ପିଟି ହୋଇଯାଇଥିଲା। ତେବେ ଭାଗ୍ୟକୁ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା।
from Odisha Reporter https://ift.tt/30glI6j
No comments:
Post a Comment