ପ୍ରତିଦିନ ଖାଦ୍ୟରେ ହଳଦୀ ସାମିଲ କରି ରୁହନ୍ତୁ ନିରୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 6, 2019

ପ୍ରତିଦିନ ଖାଦ୍ୟରେ ହଳଦୀ ସାମିଲ କରି ରୁହନ୍ତୁ ନିରୋଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟଙ୍କ ରୋଷେଇ ଘରେ ହଳଦୀ ଏକ ମୁଖ୍ୟ ମସଲା ରୂପେ କାହିଁ କେଉଁ କାଳରୁ ସ୍ଥାନ ପାଇଛି। ଏହା ଏକ ଆର୍ୟୁବେଦିକ ଔଷଧ ହୋଇଥିବା ବେଳେ ବହୁ ପ୍ରକାର ରୋଗରୁ ରକ୍ଷା କରିଥାଏ। ହଳଦୀ ଖାଇବା ଦ୍ୱାରା ଶରୀର ଏବଂ ମସ୍ତିଷ୍କ ସୁସ୍ଥ ରହିଥାଏ। ଏହା ହୃଦୟ ପାଇଁ ମଧ୍ୟ ଭଲ ହୋଇଥାଏ। ତାହାଲେ ଆସନ୍ତୁ ଜାଣିବା ଏହାକୁ ବ୍ୟବହାର କଲେ ଆଉ କ’ଣ ସବୁ ଲାଭ ମିଳିଥାଏ।

ବଦହଜମି ସମସ୍ୟା ରୁହେ ନାହିଁ।

ଆପଣ ଯଦି ବଦହଜମି ଜନିତ ସମସ୍ୟା ଭୋଗୁଛନ୍ତି, ତାହାଲେ ଏହା ଆପଣଙ୍କୁ ଅନେକ ଫାଇଦା ଦେବ। ଆର୍ୟୁବେଦରେ ଏହାକୁ ବହୁଳ ଭାବେ ବ୍ୟବହାର  କରାଯାଇଥାଏ। ହଳଦୀରେ ଆଣ୍ଟି- ଅକ୍ସିଡାଣ୍ଟ ଗୁଣ ରହିଛି। ଯାହା ବଦହଜମି ସମସ୍ୟାକୁ ଦୂର କହିଥାଏ। ଏହା ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ। ଏହା ଗ୍ୟାସ୍‌ ସମସ୍ୟା ମଧ୍ୟ ଦୂର କରିଥାଏ।

ତ୍ୱଚା ପାଇଁ ଉପକାରି

କାହିଁ କେଉଁ କାଳରୁ ତ୍ୱଚା ପାଇଁ ହଳଦୀ ବ୍ୟବହାର କରାଯାଉଛି। ଏହାକୁ ଖାଦ୍ୟରେ ବ୍ୟବହାର କରନ୍ତୁ ବା ତ୍ୱଚାରେ ଲଗାନ୍ତୁ। ଏହା ଆପଣଙ୍କୁ ସବୁପ୍ରକାର ଫାଇଦା ଦେବ। କଞ୍ଚା ହଳଦୀ ଖାଇବା ମଧ୍ୟ ତ୍ୱଚା ପାଇଁ ବହୁତ  ଲାଭଦାୟକ ହୋଇଥାଏ। ଏହା ତ୍ୱଚାକୁ ଉଜ୍ୱଳ କରିବା ସହ ଆପଣ କମ୍‌ ବୟସର ଲାଗିବେ।

ଇମ୍ୟୁନିଟି ସିଷ୍ଟମ୍‌ ମଜବୁତ୍‌ କରିଥାଏ।

ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ୍‌ ଗୁଣ ରହିଥାଏ, ଯାହାକୁ ଖାଇବା ଦ୍ୱାରା ଇମ୍ୟୁନିଟି ସିଷ୍ଟମ୍‌ ମଜ୍‌ବୁତ୍‌ ହୋଇଥାଏ। ଏହା  ସଂକ୍ରମଣ ମଧ୍ୟ ହେବାକୁ ଦିଏନାହିଁ।

ସବୁଦିନ ଏକ ଗ୍ଲାସ୍‌ ଗରମ କ୍ଷୀର ସହ ଏକ ଚାମଚ ହଳଦୀ ଗୁଣ୍ଡ ମିଶାଇ ପିଅନ୍ତୁ। ଏହା ସର୍ଦ୍ଦି ଏବଂ ଫ୍ଲୁ  ଭଳି ସମସ୍ୟାରୁ ମୁକ୍ତି ଦେବ।

ମସ୍ତିସ୍କକୁ ଦେଇଥାଏ ଫାଇଦା।

ହଳଦୀରେ ଥିବା Aromatic Turmerone ଗୁଣ ମସ୍ତିସ୍କ ପାଇଁ ବହୁତ ଫାଇଦା ଦେଇଥାଏ। ଏହା ମସ୍ତିସ୍କକୁ ସୁସ୍ଥ ରଖିଥାଏ। ଜ୍ଞାନ ବୃଦ୍ଧି କରିଥାଏ। ଛୋଟ ପିଲାଙ୍କୁ କ୍ଷୀରରେ ହଳଦୀ  ଗୋଳାଇ ପିଇବାକୁ ଦେଲେ ସେମାନଙ୍କର ଶାରିରୀକ ଏବଂ ମାନସିକ ବିକାଶ ଭଲରେ ହୋଇଥାଏ।

ଓଜନ କମ୍ କରିଥାଏ ।

ଆଜିକାଲି ଅନେକ ଲୋକ ଓଜନ ବଢ଼ିବା ସମସ୍ୟା ପାଇଁ ଚିନ୍ତିତ ରହୁଛନ୍ତି। ଆପଣ ହଳଦୀ ସେବନ କରି ମଧ୍ୟ ଓଜନ କମାଇ ପାରିବେ। ଏହା କେବଳ ଓଜନ କମାଇ ନଥାଏ । ଶରୀରକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ବର୍ଷାଦିନେ ଆପଣ ଓଦା ହେଲେ ଥଣ୍ଡା ଏବଂ ସାମାନ୍ୟ ଜ୍ୱରରୁ ରକ୍ଷା ପାଇବା ପାଇଁ ହଳଦୀକୁ ପ୍ରତିଦିନ ଖାଦ୍ୟରେ ସାମିଲ୍‌ କରନ୍ତୁ।



from Odisha Reporter https://ift.tt/2YM8ZrC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages