ଚାକିରି ଦେବାକୁ କହି ନାବାଳିକାକୁ ବିକ୍ରି କରିଦେଲା ଦଲାଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 7, 2019

ଚାକିରି ଦେବାକୁ କହି ନାବାଳିକାକୁ ବିକ୍ରି କରିଦେଲା ଦଲାଲ୍

ସୁନ୍ଦରଗଡ଼ (ବିଜୟ ବରୁଆ): ଚାକିରି କରାଇ ଦେବାକୁ କହି ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ମାନମୁଣ୍ଡା ଗାଁର ଜଣେ ନାବାଳିକାକୁ ଜଣେ ଦଲାଲ ରାଜ୍ୟ ବାହାରେ ବିକ୍ରି କରି ଦେଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି।

ଗତ ଜୁନ୍‌ ୫ ତାରିଖରେ ଗାଁର ସୀତା ଖଡ଼ିଆଙ୍କ ଘରକୁ ସ୍ଥାନୀୟ ଅଞ୍ଚଳର ଦଲାଲ ଯୁଗଳ ଓରାମ ଆସିଥିଲା। ତାଙ୍କ ଝିଅକୁ ମଧ୍ୟପ୍ରଦେଶର ଏକ ଅଗରବତୀ କାରଖାନାରେ କାମ ଯୋଗାଇ ଦେବ ବୋଲି କହିଥିଲା। ତାଙ୍କ କଥା ଶୁଣି ନାବାଳିକା ଝିଅଟି ଲୋଭରେ ପଡ଼ି ଯାଇଥିଲା ଓ  ଘର ଲୋକଙ୍କ ବାରଣ ସତ୍ତ୍ୱେ ସେ ମଧ୍ୟପ୍ରଦେଶର କଟ୍‌ନୀକୁ କାମ କରିବାକୁ ଚାଲି ଯାଇଥିଲେ। ତେବେ କିଛି ଦିନ ପରେ ତା’ ସହ ଯାଇଥିବା ଅନ୍ୟ ଯୁବକ ଓ ଯୁବତୀମାନେ ଗାଁକୁ ଫେରି ଆସିଥିଲେ। କିନ୍ତୁ ସୀତା ଖଡ଼ିଆଙ୍କ ନାବାଳିକା ଝିଅ ଫେରି ନଥିଲା। ଏହା ପରେ ତାଙ୍କ ଝିଅକୁ ଦଲାଲ ସେଠାରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ବିକ୍ରି କରି ଦେଇଥିବା ଜଣାପଡ଼ିଥିଲା। ଏହା ପରେ ସୀତା ଖଡ଼ିଆ ଥାନାରେ ଏତଲା ଦେଇଥିଲେ।

ଅଭିଯୋଗ ପାଇବା ପରେ ପୁଲିସ୍‌ ଘଟଣାର ତଦନ୍ତ କରୁଛି। ନାବଳିକାକୁ ଉଦ୍ଧାର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବା ସୁନ୍ଦରଗଡ଼ ସଦର ଏସ୍‌ଡିପିଓ ବଳଭଦ୍ର ଦୀପ୍‌ କହିଛନ୍ତି।



from Odisha Reporter https://ift.tt/2RXHKYA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages