ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଛଲତା ଘର ଚତୁଃପାର୍ଶ୍ୱରେ ରହିଲେ, କେବଳ ଯେ ପରିବେଶ ଲାଗି ଅନୁକୂଳ ହୋଇଥାଏ ତା’ ନୁହେଁ ବାସ୍ତୁ ଅନୁସାରେ ମଧ୍ୟ ଏହା ଅନେକ ଶୁଭ ଫଳ ଦେଇଥାଏ। ଆପଣ ଯଦି ଘରେ ଲଗାଇବା ପାଇଁ ଗଛର ଚୟନ କରୁଛନ୍ତି ତାହାଲେ ଏହି ଦିଗ ପ୍ରତି ଧ୍ୟାନ ଦେବାକୁ ଭୁଲନ୍ତୁ ନାହିଁ। ଏହା ଆପଣଙ୍କୁ କେବଳ ବାସ୍ତୁ ନୁହେଁ ବୈଜ୍ଞାନିକ କାରଣ ଅନୁସାରେ ମଧ୍ୟ ସୁସ୍ଥ ରଖିଥାଏ।
ତାହାଲେ ଜାଣନ୍ତୁ କେଉଁ ଗଛ ଲଗାଇବା ଦ୍ୱାରା କ’ଣ ସବୁ ଲାଭ ହୋଇଥାଏ।
ଅଶ୍ୱସ୍ଥ ଗଛ
ବୈଜ୍ଞାନିକ କାରଣ ଅନୁସାରେ, ଏହି ଗଛ ପତ୍ରରେ ଅକ୍ସିଜେନ୍ ଭରପୁର ମାତ୍ରାରେ ରହିଥାଏ। ସବୁଦିନ ସକାଳେ ଏହି ଗଛ ପାଖରେ ବୁଲାବୁଲି କରିବା ଶରୀର ପାଇଁ ଭଲ ହୋଇଥାଏ। ଏହାକୁ ଘର ଭିତରେ ଲଗାଇବା ଉଚିତ୍ ନୁହେଁ। ଏହି ଗଛ ବହୁତ ବଡ଼ ହେଉଥିବାରୁ ଏହା ଆପଣଙ୍କ ଘରକୁ ଦୁର୍ବଳ କରିପକାଏ।
ଲିମ୍ବ ଗଛ
ଲିମ୍ବ ଗଛରେ ଅନେକ ଔଷଧିୟ ଗୁଣ ଥିବାର ଆପଣ ଜାଣିଥିବେ। କୀଟନାଶକ ନିମନ୍ତେ ଏହାର ବ୍ୟବହାର କରାଯାଏ। ଏହାର ଧାର୍ମିକ ମହତ୍ତ୍ୱ ମଧ୍ୟ ଅନେକ ରହିଛି। ଏହି ଗଛ ଆପଣଙ୍କ ପାଖରେ ଥିଲେ ସୁବିଧା ଅସୁବିଧା ବେଳେ ଏହାର ପତ୍ର ଫୁଲ ଇତ୍ୟାଦିକୁ ବ୍ୟବହାର କରି ଲାଭ ପାଇ ପାରିବେ। ଏହାକୁ କିନ୍ତୁ ଘରଠୁ କିଛି ଦୂରରେ ଲଗାନ୍ତୁ।
ଆମ୍ବ ଗଛ
ଆମ୍ବ ପତ୍ର ପୂଜାରେ ବ୍ୟବହାର ହୋଇଥାଏ। ଏହାକୁ ବହୁତ ଶୁଭ ବୋଲି ଧରାଯାଏ। ଆମ୍ବ ଫଳର ରାଜା ହୋଇଥିବାରୁ ଆପଣଙ୍କ ବଗିଚାରେ ଏହାକୁ ଲଗାନ୍ତୁ। ପୂଜା ପର୍ବରେ ଏହା କାମରେ ଆସିବା ସହ ଶରୀରକୁ ଅନେକ ଫାଇଦା ଦେଇଥାଏ।
ପଣସ ଗଛ
ଆମ୍ବ ଗଛ ଭଳି ପଣସ ଗଛ ମଧ୍ୟ ଅନେକ ଫାଇଦା ଦେଇଥାଏ। ଏହାର ପତ୍ର ମଧ୍ୟ ଅନେକ ପୂଜା ପର୍ବରେ ବ୍ୟବହାର ହୁଏ। ପଣସରେ ଅନେକ ପ୍ରକାର ଭିଟାମିନ୍ ଥିବାରୁ ଆପଣ ଏହାକୁ ଖାଦ୍ୟରେ ସାମିଲ୍ କରନ୍ତୁ। କିନ୍ତୁ ଏହାକୁ ଘରଠୁ କିଛି ଦୂରରେ ଲଗାନ୍ତୁ।
କଦଳୀ ଗଛ
କଦଳୀ ଗଛର ପ୍ରତେକ ଅଂଶ ଆମ କାମରେ ଲାଗିଥାଏ। ଏହାକୁ ବାଡ଼ିରେ ଲଗାଇବା ଦ୍ୱାରା ଏହା ପୂଜା ପର୍ବରେ ଫଳ ଏବଂ ପତ୍ର ବ୍ୟବହାର କରିପାରିବେ। ଏହା ସହ ଏହି ବୃକ୍ଷ ଘରକୁ ନକରାତ୍ମକ ଶକ୍ତିରୁ ରକ୍ଷା କରିଥାଏ।
from Odisha Reporter https://ift.tt/2S4lV9Z
No comments:
Post a Comment