ଉଦଳା (ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ସୁନାପାଳ ଛକ ନିକଟରେ ଏକ ବ୍ୟାଣ୍ଡପାର୍ଟି ଗାଡ଼ି ରାସ୍ତା ତଳକୁ ଓଲଟି ପଡ଼ିବାରୁ ୯ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଉଦଳା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୭ ଜଣଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତ ଆହତଙ୍କ ଘର ଆଠପଡ଼ା ଗାଁରେ ବୋଲି ଜଣାପଡ଼ିଛି।
ଆଜି ଭୋରରେ ବ୍ୟାଣ୍ଡପାର୍ଟି ଗାଡ଼ି ଉଦଳାରେ ଏକ ବାହାଘର କାମ ସାରି ଆଠପଡ଼ାକୁ ଫେରୁଥିଲା। ଏହି ସମୟରେ ସୁନାପାଳ ଛକ ନିକଟରେ ଗାଡ଼ିର ପଛପାଖ ଚକ ଫାଟି ଯାଇଥିଲା। ଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱକୁ ଓଲଟି ପଡ଼ିଥିଲା।
ଉଦଳା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/2L8bJg6
No comments:
Post a Comment