କଙ୍ଗନାଙ୍କର ମନେପଡ଼ିଗଲା ପୁରୁଣା କଥା, ପ୍ରେସ୍‌ ମିଟ୍‌ରେ ସାମ୍ବାଦିକଙ୍କ ଉପରେ ସୁଝାଇଲେ ରାଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 7, 2019

କଙ୍ଗନାଙ୍କର ମନେପଡ଼ିଗଲା ପୁରୁଣା କଥା, ପ୍ରେସ୍‌ ମିଟ୍‌ରେ ସାମ୍ବାଦିକଙ୍କ ଉପରେ ସୁଝାଇଲେ ରାଗ

ମୁମ୍ବାଇ: ଏମିତିରେ ତ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାୱତ୍ ସବୁବେଳେ ଚର୍ଚ୍ଚାରେ ରହନ୍ତି। କେତେବେଳେ ନିଜ ଫିଲ୍ମକୁ ନେଇ ତ କେତେବେଳେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ। ଆଉ ବେଳେବେଳେ ପୁରୁଣା କଥାକୁ ନେଇ ଅଯଥା ବିବାଦୀୟ ମନ୍ତବ୍ୟ ଦେଇ ଅବା ସାଥି କଳାକାରଙ୍କ ସଂପର୍କରେ ଆପତ୍ତିଜନକ କଥା କହି ସେ ଚର୍ଚ୍ଚାରେ ରହିଥା’ନ୍ତି। ଆଉ ଏବେ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କ ଉପରେ ରାଗ ସୁଝାଇ ସେ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ଏବେ ଜାଣି ନେବା ପୂରା ଘଟଣାଟି କ’ଣ।  ଆଗକୁ ଆସୁଛି କଙ୍ଗନାଙ୍କ ନୂଆ ଫିଲ୍ମ ‘ଜଜ୍‌ମେଣ୍ଟାଲ୍‌ ହୈ କ୍ୟା’। ଏହି ଫିଲ୍ମର ଏକ ଗୀତ ଲଞ୍ଚ୍ ଅବସରରେ ପ୍ରଡକ୍ସନ ହାଉସ୍ ପକ୍ଷରୁ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ଏକତା କପୁର, ରାଜ କୁମାର ରାଓ ପ୍ରମୁଖକଙ୍କ ସହିତ କଙ୍ଗନା ମଧ୍ୟ ଉପସ୍ଥିତ ଥିଲେ।

ଏହି ଅବସରରେ ଜଣେ ସାମ୍ବାଦିକ କଙ୍ଗନାକୁ କିଛି ପ୍ରଶ୍ନ କରିବାକୁ ଚାହିଁଲେ। ତାଙ୍କୁ ଦେଖିବା ପରେ କଙ୍ଗନାଙ୍କର ପୁରୁଣା କଥା ମନେ ପଡ଼ି ଯାଇଥିଲା। ‘ମଣିକର୍ଣ୍ଣିକା’ ଫିଲ୍ମ ରିଲିଜ୍‌ ବେଳେ ଉକ୍ତ ସାମ୍ବାଦିକ ଜଣଙ୍କ କଙ୍ଗନାଙ୍କ ବିଷୟରେ ଏମିତି କିଛି କଥା ଲେଖିଥିଲେ, ଯାହା ତାଙ୍କୁ ଭଲ ଲାଗି ନଥିଲା। ଏଣୁ କଙ୍ଗନା ତାଙ୍କୁ ଦେଖିବା ମାତ୍ରେ କେତେ ଖରାପ କଥା ଲେଖୁଛ ବୋଲି କହିଥିଲେ। ଏହା ସହିତ ତାଙ୍କୁ ସମାଲୋଚନା କରିଥିଲେ। ସାମ୍ବାଦିକ ଜଣଙ୍କ ମଧ୍ୟ ତାଙ୍କ ଯୁକ୍ତି ଉପସ୍ଥାପନ କରିଥିଲେ। ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତେବେ ଏହା ପରେ ସେଠାରେ କିଛି ସମୟ ପାଇଁ ପାଟିତୁଣ୍ଡ ହୋଇଥିଲା। ଆଉ ଏହି ସମୟରେ ଏକ ଭିଡିଓକୁ ସୁହାନା ନାମକ ଜଣେ ୟୁଜର୍‌ ତାଙ୍କ ଟ୍ୱିଟର୍‌ ଆକାଉଣ୍ଟରେ ପୋଷ୍ଟ୍ କରିଛନ୍ତି।

ଦେଖନ୍ତୁ ସେହି ଭିଡିଓ…



from Odisha Reporter https://ift.tt/2S3RHDT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages