ମ୍ୟାଲେରିଆ ହେଲେ ଏହି ସବୁ ଖାଦ୍ୟ ଖାଉଛନ୍ତି କି? ରୁହନ୍ତୁ ସାବଧାନ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 20, 2019

ମ୍ୟାଲେରିଆ ହେଲେ ଏହି ସବୁ ଖାଦ୍ୟ ଖାଉଛନ୍ତି କି? ରୁହନ୍ତୁ ସାବଧାନ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷା ଋତୁରେ ମଶା ଓ ମାଛିମାନଙ୍କର ବଂଶ ବୃଦ୍ଧି ହୋଇଥାଏ। ସେମାନଙ୍କୁ ପ୍ରତିହତ କରିବା ଲାଗି ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ ନ କଲେ ବିଭିନ୍ନ ରୋଗ ବ୍ୟାପିଥାଏ। ମଶା କାମୁଡ଼ିଲେ ମ୍ୟାଲେରିଆ ଜ୍ୱର ହେଉଥିବା ବେଳେ ମାଛିଙ୍କ ଦ୍ୱାରା ପେଟ ସମ୍ବନ୍ଧୀୟ ବିଭିନ୍ନ ରୋଗ ହୋଇଥାଏ।

ଆଜି ଆସନ୍ତୁ ଜାଣିବା, ମ୍ୟାଲେରିଆ ଜ୍ୱର ପାଇଁ କେଉଁ ମଶା ଦାୟୀ? ଏହି ସମୟରେ ରୋଗୀ ଦୁର୍ବଳ ହୋଇଯାଉଥିବା ବେଳେ କ’ଣ ଖାଇଲେ ସହଜରେ ହଜମ ହେବ? ସେହିପରି ଏହି ସମୟରେ କେଉଁ ଖାଦ୍ୟରୁ ଦୂରେଇ ରହିବା ଉଚିତ୍‌, ତାହା ମଧ୍ୟ ଜାଣି ରଖିବା ଆବଶ୍ୟକ। ଟିକେ ବି ଅବହେଳା କଲେ ମ୍ୟାଲେରିଆ ଜ୍ୱର ଘାତକ ସାବ୍ୟସ୍ତ ହୋଇପାରେ।

ଆମେ ସମସ୍ତେ ପ୍ରାୟ ଜାଣିଛନ୍ତି, ମାଈ ଏନୋଫିଲିସ୍ ମଶା କାମୁଡ଼ିଲେ ମ୍ୟାଲେରିଆ ଜ୍ୱର ହୋଇଥାଏ। ଏହି ମଶାରେ ଏକ ବିଶେଷ ପ୍ରକାର ଜୀବାଣୁ ରହିଛି, ଯାହାକୁ ଡାକ୍ତରୀ ଭାଷାରେ ‘ପ୍ଲାଜୋଡିୟମ୍‌’ ବୋଲି କୁହାଯାଏ। ଏହି ଜୀବାଣୁ ଲିଭର୍ ଓ ରକ୍ତ କୋଷିକାକୁ ସଂକ୍ରମିତ କରି ଶରୀରକୁ ଅସୁସ୍ଥ କରିଦିଏ। ଯଦି ଆପଣ ଠିକ୍ ସମୟରେ ଏହାର ଚିକିତ୍ସା ନ  କରାଇବେ, ତେବେ ଏହା ଜୀବନ ମଧ୍ୟ ନେଇପାରେ।

ମ୍ୟାଲେରିଆ ଜ୍ୱର ହେଲେ କ’ଣ ଖାଇବେ
୧. ମ୍ୟାଲେରିଆ ରୋଗୀଙ୍କୁ ସେଓ ଖାଇବାକୁ ଦିଅନ୍ତୁ।
୨. ଓସ୍ତ ଗଛ ପତ୍ରର ଚୁନାରେ ମହୁ ମିଶାଇ ରୋଗୀକୁ ଖାଇବାକୁ ଦେଲେ, ଜ୍ୱର କମ୍‌ ହୋଇଥାଏ।
୩. ଅମୃତଭଣ୍ଡା ମ୍ୟାଲେରିଆ ରୋଗୀଙ୍କର ପାଇଁ ଖୁବ୍‌ ଉପକାରୀ।
୪. ସେହିପରି ପାଣିରେ ତୁଳସୀ ପତ୍ର ଓ ଗୋଲମରିଚ ପକାଇ ସିଝାନ୍ତୁ ଏବଂ ଏହି ପାଣିକୁ ଛାଣି ରୋଗୀକୁ ପିଇବାକୁ ଦିଅନ୍ତୁ।

(ତେବେ ଏଥିପାଇଁ କୌଣସି ଆୟୁର୍ବେଦିକ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍‌)

ମ୍ୟାଲେରିଆ ରୋଗରେ କ’ଣ ଖାଇବେ ନାହିଁ ?

୧. ଥଣ୍ଡା ପାଣି ପିଅନ୍ତୁ ନାହିଁ ଏବଂ ଥଣ୍ଡା ପାଣିରେ ଗାଧାନ୍ତୁ ନାହିଁ।
୨. ଆମ୍ୱ, ଲିଚୁ, କମଳା ଓ ଅଙ୍ଗୁରୁ କୋଳି ପରି ଫଳ ଖାଆନ୍ତୁ ନାହିଁ।
୩. ଜ୍ୱର ଆସୁଥିଲେ ଏସି ଘରେ ରୁହନ୍ତୁ ନାହିଁ।
୪. ମସଲା ଜାତୀୟ ଖାଦ୍ୟ ପଦାର୍ଥ ରୋଗୀକୁ ଖାଇବାକୁ ଦିଅନ୍ତୁ ନାହିଁ।

(ତେବେ ଏନେଇ ଆପଣ ଡାକ୍ତରଙ୍କ ପରାମର୍ଶ ବି ନେଇପାରିବେ)

ମ୍ୟାଲେରିଆରୁ ରକ୍ଷା ପାଇବା ପାଇଁ ସାବଧାନତା ଅବଲମ୍ୱନ କରନ୍ତୁ
୧. ଘରର ଆଖପାଖ ସଫା ରଖନ୍ତୁ।
୨. ଘର ପାଖରେ ପାଣି ଜମି ରହିଲେ ଏଥିରେ ମଶାମାନେ ବଂଶ ବୃଦ୍ଧି କରିଥା’ନ୍ତି। ଏଥିପାଇଁ ଘର ପାଖରେ ଜମୁଥିବା ବର୍ଷା ପାଣି କିମ୍ୱା ଡ୍ରେନ୍‌ ପାଣିକୁ ସଫା କରନ୍ତୁ।
୩. ଘରର କୋଣରେ ସମୟ ସମୟରେ କୀଟନାଶକ ଔଷଧ ପ୍ରୟୋଗ କରନ୍ତୁ।
୪. ବର୍ଷା ଦିନରେ ମଶା କାମୁଡ଼ାରୁ ରକ୍ଷା ପାଇବା ପାଇଁ ଶରୀରକୁ ଢାଙ୍କି ରଖୁଥିବା ପୋଷାକ ପରିଧାନ କରନ୍ତୁ।

 



from Odisha Reporter https://ift.tt/2LzeLKg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages