ଆଜି ସ୍ପେଶାଲ୍‌ ଓଜେଇଇ: ଦୁଇଟି ସିଟିଂରେ ହେବ ପରୀକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 20, 2019

ଆଜି ସ୍ପେଶାଲ୍‌ ଓଜେଇଇ: ଦୁଇଟି ସିଟିଂରେ ହେବ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସ୍ପେଶାଲ୍‌ ଓଜେଇଇ (ଓଡ଼ିଶା ଜଏଣ୍ଟ୍‌ ଏଣ୍ଟ୍ରାନ୍ସ ଏକଜାମ୍‌ ) ଅନୁଷ୍ଠିତ ହେବ। ରାଜ୍ୟର ୨୦ଟି ସହରର ୩୧ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ।

ଏହି ପରୀକ୍ଷା ପାଇଁ ମୋଟ ୧୭ ହଜାର ୬୭୯ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି।  ବି.ଟେକ୍, ବି.ଫାର୍ମ, ଏମ୍‌ସିଏ ଓ ଏମ୍‌ବିଏ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସେମାନେ ଆବେଦନ କରିଛନ୍ତି।

ଏହି ସବୁ ପାଠ୍ୟକ୍ରମ ପାଇଁ ଦୁଇଟି ସିଟିଂରେ ପରୀକ୍ଷା ହେବ। ସକାଳ ସାଢ଼େ ୯ରୁ ସାଢ଼େ ୧୦ଟା ଯାଏ ପ୍ରଥମ ସିଟିଂ ଓ ଦିନ ୧୨ଟାରୁ ଗୋଟାଏ ଯାଏ ଦ୍ୱିତୀୟ ସିଟିଂରେ ପରୀକ୍ଷା ହେବ। ଛାତ୍ରଛାତ୍ରୀ ନିଜର ଆଡମିଟ୍ କାର୍ଡ ନେଇ ପରୀକ୍ଷା କେନ୍ଦ୍ରକୁ ଯିବେ।



from Odisha Reporter https://ift.tt/2XWs1iU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages