ଘରୋଇ ସଂସ୍ଥା ହାତରେ ପ୍ରଥମେ ଦିଲ୍ଲୀ-ଲକ୍ଷ୍ନୌ ତେଜସ ଏକ୍ସପ୍ରେସ ପରିଚାଳିତ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 8, 2019

ଘରୋଇ ସଂସ୍ଥା ହାତରେ ପ୍ରଥମେ ଦିଲ୍ଲୀ-ଲକ୍ଷ୍ନୌ ତେଜସ ଏକ୍ସପ୍ରେସ ପରିଚାଳିତ ହେବ

ନୂଆଦିଲ୍ଲୀ: ଦିଲ୍ଲୀ-ଲକ୍ଷ୍ନୌ ତେଜସ୍ ଏକ୍ସପ୍ରେସ ଭାରତର ପ୍ରଥମ ଘରୋଇକରଣ ଟ୍ରେନ୍ ହେବ। ପ୍ରାଥମିକ ଭାବରେ ୧୦୦ ଦିନ ପାଇଁ ଏହି ଟ୍ରେନ୍ ଘରୋଇ ସଂସ୍ଥା ଦ୍ୱାରା ପରିଚାଳିତ ହେବ। ରେଳବାଇ ସଂଘ କେନ୍ଦ୍ରର ଏପରି ନିଷ୍ପତ୍ତିକୁ ବିରୋଧ କରୁଥିଲେ ମଧ୍ୟ ତେଜସକୁ ଘରୋଇ ସଂସ୍ଥା ଦ୍ୱାରା ପରିଚାଳନା କରିବା ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି।

ଗୋଟିଏ ରୁଟ୍ ଦିଲ୍ଲୀ-ଲକ୍ଷ୍ନୌ ହୋଇଥିବା ବେଳେ ଅନ୍ୟ ଏକ ରୁଟରେ ମଧ୍ୟ ଏହି ଟ୍ରେନ୍ ଗଡ଼ିବ ବୋଲି ମନ୍ତ୍ରଣାଳୟ ଯୋଜନା କରୁଛି। ଏହି ରୁଟ୍ ୫୦୦ କିଲୋମିଟର ମଧ୍ୟରେ ଏବଂ ପର୍ଯ୍ୟଟନ ସ୍ଥଳୀକୁ ଦେଖି ହେବ ବୋଲି ଜଣାପଡ଼ିଛି।

ଏବେ ତେଜସ ଏକ୍ସପ୍ରେସ ଉତ୍ତର ପ୍ରଦେଶର ଆନନ୍ଦନଗର ରେଳଷ୍ଟେସନର ପାର୍କିଂରେ ରହିଛି । ତେବେ ଏଯାଏ କେଉଁ ଘରୋଇ ସଂସ୍ଥା ଏହି ଟ୍ରେନ୍ ପରିଚାଳନା କରିବ ସେ ନେଇ ନିଷ୍ପତ୍ତି ନିଆଯାଇ ନାହିଁ। ନିଲାମ ପ୍ରକ୍ରିୟା ହେବା ପରେ ଜଣାପଡ଼ିବ। ଆଇଆରଏଫସି କହିଛି, ଟ୍ରେନ କଷ୍ଟଡିକୁ ଇଣ୍ଡିଆନ ରେଳବାଇ କ୍ୟାଟରିଂ ଆଣ୍ଡ ଟୁରିଜମ କର୍ପୋରେସନକୁ ବଦଳି ହେବ । ଫାଇନାନ୍ସ ବିଭାଗ ଏହର ସମସ୍ତ କଥା ବୁଝିବ।

ସୂଚନାଯୋଗ୍ୟ, ନିକଟରେ କେନ୍ଦ୍ର ସରକାର ସଂସଦରେ ବଜେଟ ଆଗତ କରିଥିଲେ। ଏହି ସମୟରେ ରେଳସେବା ପିପିପି ମୋଡ଼ରେ ପରିଚାଳିତ ହେବ ବୋଲି କେନ୍ଦ୍ରଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ କହିଥିଲେ। ରେଳସେବାର ବିକାଶରେ ଘରୋଇ ସଂସ୍ଥା ଯୋଡ଼ି ହେଲେ ବିକାଶ ପ୍ରକ୍ରିୟା ଆହୁରି ଭଲ ହେବ ବୋଲି ମନ୍ତ୍ରଣାଳୟ ଆଶା ରଖିଛି।

ଅନ୍ୟପଟେ ଭାରତୀୟ ରେଲଓ୍ୱେର ଘରୋଇକରଣ ଉଦ୍ୟମକୁ ରେଲଓ୍ୱେ ୟୁନିୟନ ବିରୋଧ କରିଛି। ନ୍ୟାଶନାଲ ଫେଡେରେଶନ ଅଫ୍‌ ଇଣ୍ଡିଆନ ରେଲଓ୍ୱେମେନ ପକ୍ଷରୁ ଏହାକୁ ବିରୋଧ କରି ସାରା ଦେଶରେ ରେଲଓ୍ୱେ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଆସନ୍ତାକାଲିଠୁ ୧୩ତାରିଖ ପର୍ଯ୍ୟନ୍ତ ହାତରେ କଳାବ୍ୟାଜ୍‌ ପିନ୍ଧାଯିବ ବୋଲି ଫେଡେରେଶନ ପକ୍ଷରୁ କୁହାଯାଇଛି।



from Odisha Reporter https://ift.tt/2S6svNd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages