ସୋର(ଶଶିକାନ୍ତ ବେହେରା): ସ୍ତ୍ରୀର ମୃତ୍ୟୁ ପରେ ତାଙ୍କ ସ୍ୱାମୀ ଘଟଣାସ୍ଥଳରୁ ଖସି ପଳାଇ ଯାଉଥିବା ସନ୍ଦେହରେ ସ୍ୱାମୀକୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧିଲେ ଗାଁଲୋକେ। ଏହି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଚିତ୍ତଳ ପଞ୍ଚାୟତ ଅନ୍ତର୍ଗତ ମହାଳିକ ସାହି ଗାଁରେ। ମୃତ ମହିଳାଙ୍କ ନାଁ ମୀନତି ମହାଳିକ। ତାଙ୍କ ସ୍ୱାମୀଙ୍କ ନାଁ କରୁଣାକର ମହାଳିକ।
କରୁଣାକର ମଦ ପିଇ ମୀନତିଙ୍କୁ ମାରି ଫ୍ୟାନ୍ରେ ଟାଙ୍ଗି ଦେଇଥିବା ତାଙ୍କ ବଡ଼ ଝିଅ ଅଭିଯୋଗ କରିଛନ୍ତି। ଏନେଇ ଖବର ପାଇ ଅନନ୍ତପୁର ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି କରୁଣାକରକୁ ଅଟକ ରଖି ତଦନ୍ତ କରୁଛି।
ଏନେଇ ମୃତ ମୀନତିଙ୍କ ବଡ଼ ଝିଅ ଟିକିଲି ମହାଳିକ କହିଛନ୍ତି,“ ମା’କୁ ବାପା ତକିଆ ପକାଇ ମାରି ଦେଲେ। ଏହାପରେ ରଶି ଲଗାଇ ଟାଙ୍ଗିଦେଲେ। ସବୁବେଳେ ସେ ମଦ ଓ ଗାଡ଼ିରେ ତେଲ ପକାଇବାକୁ ଟଙ୍କା ମାଗନ୍ତି। ଏହାସହ ମାକୁ ସବୁବେଳେ ମାରନ୍ତି।”
from Odisha Reporter https://ift.tt/30lobwj
No comments:
Post a Comment