ପୁଣି ରିଲିଜ୍‌ ହେବ ‘ଉରି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 24, 2019

ପୁଣି ରିଲିଜ୍‌ ହେବ ‘ଉରି’

ମୁମ୍ବାଇ: ଚଳିତ ବର୍ଷ ଜାନୁଆରୀ ୧୧ତାରିଖରେ ରିଲିଜ୍‌ ହୋଇଥିଲା ବଲିଉଡ୍‌ ଫିଲ୍ମ ‘ଉରି: ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’। ଫିଲ୍ମଟି ବେଶ୍ ପ୍ରଶଂସା ସାଉଁଟିଥିଲା। ତା’ସହିତ ଫିଲ୍ମଟି ୩୪୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆୟ ବି କରିଥିଲା। ଏଥିରେ ଅଭିନେତା ଭିକି କୌଶଲ୍‌ ଜବରଦସ୍ତ ଅଭିନୟ କରିଥିଲେ। ଏହି ଫିଲ୍ମର ଏକ ଡାଏଲଗ୍‌ ‘ହାଓ ଇଜ୍‌ ଦ ଜୋସ୍‌’ ବେଶ୍ ଚର୍ଚ୍ଚାରେ ରହିଥିଲା। ଏପରିକି କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ନିର୍ବାଚନ ପୂର୍ବରୁ ଅନୁଷ୍ଠିତ ଅନ୍ତରୀଣ ବଜେଟ୍‌ରେ ଏହାକୁ ବ୍ୟବହାର କରିଥିଲେ। ୟା ଭିତରେ ଅନେକ ବଲିଉଡ୍‌ ଫିଲ୍ମ ରିଲିଜ୍‌ ହୋଇସାରିଛି। ତେବେ ‘ଉରି’ର କ୍ରେଜ୍‌ ଏଯାଏଁ ରହିଛି। ଏହାକୁ ନେଇ ଲୋକେ ଏବେବି ଆଲୋଚନା କରୁଛନ୍ତି। ଆଉ ଏଭଳି ଏକ ସ୍ଥିତିରେ ପୁଣି ଥରେ ଏହି ଫିଲ୍ମଟି ରିଲିଜ୍ ହେବାକୁ ଯାଉଛି।

ଜୁଲାଇ ୨୬ ତାରିଖ ଅର୍ଥାତ୍ ଆସନ୍ତାକାଲି ‘କାର୍ଗିଲ୍ ବିଜୟ ଦିବସ’ ଅବସରରେ ଏହି ଫିଲ୍ମଟି ପୁଣି ରିଲିଜ୍ ହେବ। ମହାରାଷ୍ଟ୍ରର ୫୦୦ ସିନେମା ହଲ୍‌ରେ ଏହା ରିଲିଜ୍ ହେବ।

‘ଉରି: ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ଆସନ୍ତାକାଲି ପୁଣି ରିଲିଜ୍ ହେଉଥିବା ନେଇ ଏହାର ପ୍ରଯୋଜକ ରୋନୀ ସ୍କ୍ରୁୱାଲା ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଦେଶବାସୀଙ୍କୁ ଗର୍ବ ଅନୁଭବ କରାଇବା ପାଇଁ ଏହି ଫିଲ୍ମର ନିର୍ମାଣ କରାଯାଇଥିଲା। ଆମ ସେନା କିପରି କାମ କରେ, ତାହା ବି ଲୋକଙ୍କୁ ଦେଖାଇବାର ଉଦ୍ଦେଶ୍ୟ ନେଇ ଫିଲ୍ମଟିକୁ ନିର୍ମାଣ କରାଯାଇଥିଲା। କାର୍ଗିଲ ଦିବସରେ ପୁଣି ଥରେ ଫିଲ୍ମଟି ରିଲିଜ୍ ହେଉଥିବାରୁ ମୁଁ ଗର୍ବ ଅନୁଭବ କରୁଛି।”

ସୂଚନାଯୋଗ୍ୟ, ‘ଉରି: ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ଏକ ସତ୍ୟ ଘଟଣା ଉପରେ ଆଧାରିତ। ୨୦୧୬ରେ ଜମ୍ମୁ କଶ୍ମୀରର ଉରିରେ ସେନାଙ୍କ କ୍ୟାମ୍ପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏଥିରେ ୧୯ଜଣ ଯବାନ ସହିଦ୍ ହୋଇଥିଲେ। ଏହାର ସପ୍ତାହେ ପରେ ଭାରତୀୟ ସେନା କଶ୍ମୀରରେ ନିୟନ୍ତ୍ରଣ ରେଖା ଡେଇଁ ସର୍ଜିକାଲ୍ ଷ୍ଟ୍ରାଇକ୍‌ କରିଥିଲା। ଆଉ ଫିଲ୍ମଟି ତା’ରି ଉପରେ ଆଧାରିତ। ଏହି ଫିଲ୍ମରେ ମେଜର ବିହାନ ସିଂହ ଶେରଗିଲ୍‌ ଚରିତ୍ରରେ ଅଭିନୟ କରିଥିଲେ ଭିକି କୌଶଲ୍‌। ତାଙ୍କ ସହିତ ୟାମି ଗୌତମ, ପରେଶ ରାୱଲ୍‌ ଓ ମୋହିତ ରୈନା ପ୍ରମୁଖ ଏଥିରେ ଅଭିନୟ କରିଥିଲେ।

 



from Odisha Reporter https://ift.tt/2Ojm5fl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages