ମୁମ୍ୱାଇ: ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡ଼ିତ ବିଶ୍ୱସ୍ତରୀୟ ଓସ୍କାର ଆୱାର୍ଡ ନିଜ ନୂଆ ଜୁରୀ ମେମ୍ବରଙ୍କ ତାଲିକା ଘୋଷଣା କରିଛି। ୮୪୨ କଳାକାର ଥିବା ଏହି ତାଲିକାରେ ଫିଲ୍ମ ଭାରତର ୪ ଜଣ ପ୍ରତିଷ୍ଠିତ ସଦସ୍ୟ ଯୋଗ ଦେବାକୁ ନିମନ୍ତ୍ରୀତ ହୋଇଛନ୍ତି। ସେମାନେ ହେଲେ ବର୍ଷୀୟାନ ଅଭିନେତା ଅନୁପମ ଖେର , ଫିଲ୍ମ ନିର୍ମାତା ଜୋୟା ଅଖତର, ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଓ ରିତେଶ ବତ୍ରା । ଏହି ସମସ୍ତଙ୍କୁ ଏକାଡେମୀ ଅଫ୍ ମୋଶନ ପିକଚର୍ସ ଆର୍ଟସ ଓ ସାଇସେଜର ସଦସ୍ୟ ରୂପେ ଆମନ୍ତ୍ରୀତ କରାଯାଇଛି। ଓସ୍କାରର ଅଫିସିଆଏ ୱେବସାଇଟ୍ରେ ଏ ସମ୍ପର୍କରେ ଘୋଷଣା କରାଯାଇଛି।
ଚଳିତ ବର୍ଷ ଏହି ଜୁରୀରେ ୫୦ ପ୍ରତିଶତ ମହିଳା ରହିବେ ବୋଲି ନିଷ୍ପତ୍ତି ନିଆଯାଇଛି। ସେମାନଙ୍କ ମଧ୍ୟରୁ ୨୯ ପ୍ରତିଶତ ଅଶ୍ୱେତ ହେବେ ବୋଲି ଧାର୍ଯ୍ୟ କରାଯାଇଛି। ଯେଉଁମାନେ କି ୫୯ ଦେଶର ପ୍ରତିନିଧିତ୍ୱ କରିବେ। ଯେଉଁ କଳାକାର ଏହି ନିମନ୍ତ୍ରଣକୁ ସ୍ୱିକାର କରିବେ ସେମାନେ ହିଁ ୨୦୧୯ ଓସ୍କାର ଏକାଡେମୀର ଜୁରୀ ମେମ୍ବରରୂପେ ମନୋନୀତ ହେବେ। ସସମ୍ତେ ଏହି ଆମନ୍ତ୍ରଣକୁ ସ୍ୱୀକାର କରି ସାରିଥିବା ଜଣାଯାଇଛି।
ଅଭିନେତା ଅନୁପମ ଖେର ଦୀର୍ଘ ବର୍ଷ ଧରି ବଲିଉଡରେ ନିଜ ଅଭିନୟ ଦକ୍ଷତା ଯୋଗୁ ପ୍ରଶଂସିତ ହେଉଛନ୍ତି। ସେହିପରି ଜୋୟା ଅଖତରଙ୍କୁ ନିର୍ଦ୍ଦେଶନା ବର୍ଗରେ ଆମନ୍ତ୍ରଣ କରାଯାଇଛି। ନିକଟରେ ସେ ହିଟ୍ ହୋଇଥିବା ‘ଗଲି ବୟ’ ର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ। କଶ୍ୟପଙ୍କୁ ଶର୍ଟ ଫିଲ୍ମ ଆଣ୍ଡ ଫିଚର ଆନିମେଶନ ଗ୍ରୁପରେ ନିମନ୍ତ୍ରଣ କରାଯାଇଛି। ସେହିପରି ‘ଲଞ୍ଚ ବକ୍ସ’ର ଲେଖକ-ନିର୍ଦ୍ଦେଶକ ରିତେଶ ବତ୍ରାଙ୍କୁ ମଧ୍ୟ ଆମନ୍ତ୍ରଣ ମିଳିଛି।
ଝିଅ ଜୋୟାଙ୍କୁ ଆମନ୍ତ୍ରଣ କରାଯିବାକୁ ନେଇ ଖୁବ୍ ଖୁସି ଥିବା ଟ୍ୱିଟ କରିଛନ୍ତି ଜାଭେଦ ଅଖତର। ଏହା ଏକ ଦୁର୍ଲଭ ସମ୍ମାନ। ମୋ ଝିଅ ଜଣେ ନାମୀ ଲେଖିକା, ନିର୍ଦ୍ଦେଶିକା ହୋଇଥିବାରୁ ତାଙ୍କୁ ସମ୍ମାନିତ କରାଯାଇଛି। ଏଥିଲାଗି ଖୁବ୍ ଖୁସି ଥିବା କହିଛନ୍ତି ଜାଭେଦ।
from Odisha Reporter https://ift.tt/2FUkl5L
No comments:
Post a Comment