ବସ୍‌ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 8, 2019

ବସ୍‌ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀରେ ଏକ ଲକଜୁରି ବସ୍ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଆଉ ଏହି ଅଭିଯୋଗ ଆସିଛି ବସ୍‌ର ହେଲପର ବିରୋଧରେ। ଗତକାଲି ବିଳମ୍ବିତ ରାତିରେ ଶରଧାବାଲିରେ ଜଣେ ନାବାଳିକା କାନ୍ଦୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। କୁମ୍ଭାରପଡ଼ା ପୁଲିସ ପୀଡିତାକୁ ଉଦ୍ଧାର କରିଥିଲେ। ଏଥିସହ ପୀଡିତାର ଅଭିଯୋଗ କ୍ରମେ ପୁରୀ ବସ୍‌ଷ୍ଟାଣ୍ଡରେ ଥିବା ବସ୍‌ରୁ ସମ୍ପୃକ୍ତ ଯୁବକକୁ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି। ପୀଡ଼ିତାଙ୍କ ଘର କେନ୍ଦୁଝର ଜିଲ୍ଲାର ବୋଲି ଜଣାପଡିଛି।

ସୂଚନା ଅନୁସାରେ, ନାବାଳିକା ଜଣଙ୍କ ପୁରୀ ସ୍ଥିତ ମାଳତୀପାଟପୁର ନିକଟରେ ଥିବା ୱାଟରପାର୍କରେ କାମ କରନ୍ତି। ଛୁଟିରେ ସେ ଘରକୁ ଯାଇ କାଲି ଫେରିଥିଲେ। କଟକରୁ ଏକ ଏସି ଡିଲକ୍ସ ବସ୍‌ରେ ପୁରୀ ଆସୁଥିବା ବେଳେ ବସ୍‌ରେ ନିଦ ଲାଗିଯିବାରୁ ମାଳତୀପାଟପୁରରେ ଓହ୍ଲାଇ ପାରି ନଥିଲେ। ପୁରୀ ବସ୍‌ଷ୍ଟାଣ୍ଡରେ ନିଦ ଭାଙ୍ଗିବା ବେଳକୁ ରାତି ପ୍ରାୟ ୯ଟା ହୋଇଯାଇଥିଲା। ତେବେ ହେଲପର୍‌ ଜଣଙ୍କ ତାଙ୍କୁ ବସ୍‌ରେ ଶୋଇ ପଡିବାକୁ କହିଥିଲା। ଏହାପରେ ନାବାଳିକାର ସରଳତାର ସୁଯୋଗ ନେଇ ହେଲପର୍‌ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।



from Odisha Reporter https://ift.tt/2L9MWYY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages