ବିରାଟଙ୍କ ବ୍ୟାଟସମ୍ୟାନ ପାଇଁ ଏହି ତିନି ଖେଳାଳି ହୋଇପାରନ୍ତି ଘାତକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 8, 2019

ବିରାଟଙ୍କ ବ୍ୟାଟସମ୍ୟାନ ପାଇଁ ଏହି ତିନି ଖେଳାଳି ହୋଇପାରନ୍ତି ଘାତକ

ମ୍ୟାଞ୍ଚେଷ୍ଟର: ଆଜିଠୁ ଆରମ୍ଭ ହେବାକୁ ଯାଉଛି ଚଳିତ ବିଶ୍ୱକପର ସେମିଫାଇନାଲ୍ ମୁକାବିଲା। ପଏଣ୍ଟ ଟେବୁଲର ଏକ ନମ୍ୱର ତାଲିକାରେ ଥିବା ଟିମ୍ ଇଣ୍ଡିଆର ପ୍ରଦର୍ଶନ ଦମଦାର ରହିଛି। ହେଲେ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ବି କିଛି କମ୍ ନୁହେଁ।

ଯଦି ଏହି ମ୍ୟାଚରେ ଭାରତକୁ ଯିତିବାକୁ ହେବ ତାହେଲେ ନ୍ୟୁଜିଲ୍ୟାଣ୍ଡର ଏହି ଖେଳାଳିଙ୍କୁ ଭଲ ଭାବରେ ସାମ୍ନା କରିବାକୁ ହେବ। ଏହି ତିନି ଖେଳାଳି ହେଲେ ଲାକି ଫର୍ଗ୍ୟୁସନ୍, ଟ୍ରେଣ୍ଟ ବୋଲ୍ଟ ଏବଂ ଜିମି ନିଶାମ୍। କିଓ୍ୱି ଟିମର ଏହି ତିନି ବୋଲର ଚଳିତ ବିଶ୍ୱକପର ସମସ୍ତ ମ୍ୟାଚରେ ପ୍ରତିପକ୍ଷ ଟିମର ବ୍ୟାଟସମ୍ୟାନଙ୍କୁ ଅଡ଼ୁଆରେ ପକାଇ ଆସିଛନ୍ତି। ଯଦିଓ ଚଳିତ ବିଶ୍ୱକପରେ ଭାରତ ସହ ନ୍ୟୁଜିଲ୍ୟାଣ୍ଡ ମୁହାଁମୁହିଁ ହୋଇନାହିଁ। ଯେଉଁ ମ୍ୟାଚ ହେବାର ଥିଲା ବର୍ଷା କାରଣରୁ ବାତିଲ୍ ହୋଇଥିଲା।

ଯଦି ଏହି ବୋଲରଙ୍କୁ ବିରାଟଙ୍କ ବ୍ୟାଟସମ୍ୟାନ ଜଗି ରଖି ଖେଳି ଦେବେ ତାହେଲେ ଭାରତ ଫାଇନାଲ୍ ଯିବା ଏକ ପ୍ରକାର ପକ୍କା ବୋଲି ବୁଝିବାକୁ ପଡ଼ିବ। ଏହି ତିନି ବୋଲର ବାମହାତୀ ବୋଲର। ଏଯାଏ ବୋଲ୍ଟ ଚଳିତ ବିଶ୍ୱକପରେ ୧୫ଟି ଓ୍ୱିକେଟ ନେଇ ସାରିଛନ୍ତି।

ସେହିପରି ଲାକି ଫର୍ଗ୍ୟୁସନ୍ ମଧ୍ୟ ଟୁର୍ଣ୍ଣାମେଣ୍ଟର ଘାତକ ସାଜିଛନ୍ତି ବ୍ୟାଟସମ୍ୟାନଙ୍କ ପାଇଁ। ଏଯାଏ ୧୭ ୱିକେଟ୍ ନେଇଥିବା ଏହି ବୋଲର ଅନ୍ତିମ ଓଭର ବେଳେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥାନ୍ତି। ଅନ୍ୟ ବୋଲରଙ୍କ ତୁଳନାରେ ଅନ୍ତିମ ଓଭର ବେଳେ ଲାକି ଫର୍ଗ୍ୟୁସନ୍ ସବୁଠୁ ଘାତକ ବୋଲି ଜଣାପଡ଼ିଛି। ସେହିପରି ଜେମ୍ସ ନିଶାମ୍ ଏଯାଏ ୧୧ ୱିକେଟ୍ ନେଇସାରିଛନ୍ତି। ଇଂଲିଶ୍ କଣ୍ଡିସନରେ ଏମାନଙ୍କ ସ୍ପିଡ୍ ଓ ସୁଇଂ ଲିଗ୍ ମ୍ୟାଚରେ ଦେଖିବାକୁ ମିଳିଛି।

ତେବେ ଅନ୍ତିମ ତିନି ମ୍ୟାଚରେ କିଓ୍ୱି ଟିମର ବ୍ୟାଟସମ୍ୟାନ ଭଲ ପ୍ରଦର୍ଶନ କରି ନଥିବାରୁ ପ୍ରତିପକ୍ଷ ଟିମକୁ ଜିତିବା ସହଜ ହୋଇଯାଇଥିଲା। ଯଦି ଏହି ମ୍ୟାଚ ଜିତିଥାନ୍ତେ ତାହେଲେ ଭାରତ ଜାଗାରେ ନ୍ୟୁଜିଲ୍ୟାଣ୍ଡ୍ ପଏଣ୍ଟ ଟେବୁଲରେ ୧ ନମ୍ୱରରେ ରହିଥାନ୍ତା। ଏବେ ୪ ନମ୍ୱର ସ୍ଥାନରେ ରହିଛି ନ୍ୟୁଜିଲ୍ୟାଣ୍ଡ୍।

ଅର୍ଥାତ୍ ଭାରତୀୟ ବ୍ୟାଟସମ୍ୟାନ୍ ୫୦ ଓଭରରୁ ପ୍ରଥମ ୩୦ ଓଭର ଜବରଦସ୍ତ ପ୍ରଦର୍ଶନ ଦେଖାଇ ପାରିବେ। ଏହାପରେ ବୋଲ୍ଟ ଲାକି ଫର୍ଗ୍ୟୁସନଙ୍କ ଭଳି ବୋଲରଙ୍କୁ ଅନ୍ତିମ ଓଭର ବେଳେ ସାମ୍ନା କରିବା କଷ୍ଟକର।



from Odisha Reporter https://ift.tt/2JoCyKT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages