ବ୍ରହ୍ମପୁର (ଜଗନ୍ନାଥ ସାହୁ): ବ୍ରହ୍ମପୁର ସହରର ଗେଟ୍ ବଜାର ନିକଟରେ ରାଜ୍ୟର ପ୍ରଥମ ଦୁଗ୍ଧ ଏଟିଏମ୍ କାଉଣ୍ଟର ଖୋଲିଛି । ବ୍ରହ୍ମପୁର ବିଧାୟକ ଓ ଗଞ୍ଜାମ ଜିଲ୍ଲାପାଳ ଗତକାଲି ଏହାକୁ ଉଦ୍ଘାଟନ କରିଛନ୍ତି।
ଏଠାରୁ କ୍ଷୀର ନେବାକୁ ଗ୍ରାହକଙ୍କୁ ବୋତଲ କିମ୍ବା ଅନ୍ୟ କୌଣସି ସାମଗ୍ରୀ ଆଣିବାକୁ ପଡ଼ିବ। ସେହିପରି ଏହି କାଉଣ୍ଟରରୁ କ୍ଷୀର କିଣିବାକୁ ହେଲେ ୧୦ ଟଙ୍କିଆ କଏନ୍ କିମ୍ବା ୧୦ଟଙ୍କା ଓ ୨୦ ଟଙ୍କିଆ ନୋଟ୍ ବ୍ୟବହାର କରିପାରିବେ ଗ୍ରାହକ। ଗୋଟିଏ ଲିଟର କ୍ଷୀର ନେବାକୁ ହେଲେ ୪୦ ଟଙ୍କା ଦେବାକୁ ପଡ଼ିବ। ଜଣେ ଗ୍ରାହକ ୫ ଲିଟର ପର୍ଯ୍ୟନ୍ତ କ୍ଷୀର ଏଠାରୁ କିଣିପାରିବେ।
ପ୍ରଥମେ ପରୀକ୍ଷାମୂଳକ ଭାବେ ଗୋଟିଏ ଏଟିଏମ୍ରେ ଏହା ଆରମ୍ଭ କରାଯାଇଛି। ଆଗକୁ ସହରର ୧୦ଟି ସ୍ଥାନରେ ଏହା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ ବୋଲି ଗଞ୍ଜାମ ଗଜପତି ସମବାୟ ଦୁଗ୍ଧ ଉତ୍ପାଦକ ସଂଘ ଲିମିଟେଡ୍ ଜିଏମ୍ ଦିଲୀପ କୁମାର ପଟ୍ଟନାୟକ କହିଛନ୍ତି।
from Odisha Reporter https://ift.tt/2JmOZ8G
No comments:
Post a Comment