ଷ୍ଟ୍ରେଟ୍ ଡ୍ରାଇଭ୍ ଓ ଗୁଗୁଲ୍ ଡ୍ରାଇଭ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 4, 2019

ଷ୍ଟ୍ରେଟ୍ ଡ୍ରାଇଭ୍ ଓ ଗୁଗୁଲ୍ ଡ୍ରାଇଭ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ କ୍ରିକେଟ୍‌ ବିଶ୍ୱକପ୍‌ରେ ଜୁନ୍‌ ୩୦ ତାରିଖରେ ଏଜ୍‌ବାଷ୍ଟନ୍‌ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକ ମ୍ୟାଚ୍ ଖେଳା ଯାଇଥିଲା। ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌କୁ ଏକାଠି ବସି ଦେଖିଥିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇ। ଏ ଦୁଇ ଜଣଙ୍କ ଫଟୋକୁ ପ୍ରଥମେ ବିସିସିଆଇ ଟ୍ୱିଟ୍‌ କରିଥିଲା। ଏହା ପରେ ଜୁଲାଇ ୩ ତାରିଖରେ ସଚିନ୍‌ ଦୁଇଟି ଫଟୋ ତାଙ୍କ ଟ୍ୱିଟ୍‌ର ଆକାଉଣ୍ଟରେ ପୋଷ୍ଟ୍ କରିଥିଲେ। ଦୁଇଟି ଫଟୋରେ ତାଙ୍କ ସହିତ ସୁନ୍ଦର ପିଚାଇ ଅଛନ୍ତି। ଫଟୋ ଦୁଇଟି ପୋଷ୍ଟ୍ କରିବା ସହିତ ସଚିନ୍‌ ଏଥିରେ ଲେଖିଥିଲେ- କ୍ୟା ୟେ ସୁନ୍ଦର ପିକ୍‌ ହୈ? ଅର୍ଥାତ୍‌ ଏହା କ’ଣ ସୁନ୍ଦର ଫୋଟ? ଆଉ ଏହା ଉପରେ ଫ୍ୟାନ୍‌ମାନେ ଅଦ୍ଭୁତ ତଥା ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତି। ଫଟୋ ଦୁଇଟି ସୁନ୍ଦର ଦେଖାଯାଉଛି କି ନାହିଁ, ତାହା ଲେଖିବା ବଦଳରେ ଅଧିକାଂଶ ଏହାର କ୍ୟାପ୍‌ସନ୍‌ ଦେଇଥିବା ଦେଖିବାକୁ ମିଳିଛି।

 

ଅମ୍ବାନି ଲଲାନି ନାମକ ଜଣେ ବ୍ୟକ୍ତି ଖୁବ୍ ମଜାଳିଆ ପ୍ରତିକ୍ରିୟା ଲେଖିଛନ୍ତି। ସେ ଲେଖିଛନ୍ତି, ଷ୍ଟ୍ରେଟ୍ ଡ୍ରାଇଭ୍‌ ଓ ଗୁଗୁଲ୍‌ ଡ୍ରାଇଭ୍‌। ସେହିପରି ରକେଟ୍ ସିଂହ ଲେଖିଛନ୍ତି, ଏଇଟା କ’ଣ ସେହୱାଗ୍‌ ଆପଣଙ୍କ ଆକାଉଣ୍ଟ୍‌ରେ ପୋଷ୍ଟ୍ କରି ଦେଇଛନ୍ତି?

ଅନ୍ୟଜଣେ ଟ୍ୱିଟର ଆକାଉଣ୍ଟଧାରୀ ବାବୁ ଭୈୟା ଲେଖିଛନ୍ତି, ଦୁଇଟି ସ୍ଥାନ ଯେଉଁଠି ଅସୁବିଧା ବେଳେ ଲୋକ ପହଞ୍ଚନ୍ତି। ଜଣେ ଗଡ୍‌ ଓ ଅନ୍ୟଟି ଗୁଗଲ୍। ତେବେ ଅନ୍ୟ ଜଣେ ତାଙ୍କ ପ୍ରତିକ୍ରିୟାରେ ଲେଖିଛନ୍ତି, ଏହା ସୁନ୍ଦର ପିଚ୍।

 

ସୂଚନାଯୋଗ୍ୟ, ସଚିନଙ୍କ ଏହି ଟ୍ୱିଟ୍‌କୁ ୨ ଲକ୍ଷ ୨୦ ହଜାର ଲୋକ ଲାଇକ୍ କରିଥିବା ବେଳେ ୧୩ ହଜାର ଲୋକ ରିଟ୍ୱିଟ୍ କରିଛନ୍ତି।

 



from Odisha Reporter https://ift.tt/2FVcoNz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages