ଶୁଟିଂ ସେଟ୍‌ରେ ସମସ୍ତଙ୍କ ପାଇଁ ‘ମୋହିନୀ ସ୍ପେଶାଲ୍‌ ପକୁଡ଼ି’ ପ୍ରସ୍ତୁତ କଲେ ଜଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 7, 2019

ଶୁଟିଂ ସେଟ୍‌ରେ ସମସ୍ତଙ୍କ ପାଇଁ ‘ମୋହିନୀ ସ୍ପେଶାଲ୍‌ ପକୁଡ଼ି’ ପ୍ରସ୍ତୁତ କଲେ ଜଜ୍‌

ମୁମ୍ବାଇ: ବର୍ଷା ଦିନେ ଗରମାଗରମ ପକୁଡ଼ି ସହ ଚା’ର ମଜା ନିଆରା। ଏମିତିରେ ତ ଆମେ ବିଭିନ୍ନ ପ୍ରକାର ପକୁଡ଼ି ଖାଇଥାଉ। ହେଲେ ଆପଣ କେବେ ‘ମୋହିନୀ ସ୍ପେଶାଲ୍‌ ପକୁଡି’ ଖାଇଛନ୍ତି। ଏହି ରେସିପିରେ ସେପରି କିଛି ଖାସ୍‌ ଜିନିଷ ମିଶା ଯାଇ ନାହିଁ। କିନ୍ତୁ ଏହାକୁ ପ୍ରସ୍ତୁତ କରିଥିବା ସେଫ୍‌ ହେଉଛନ୍ତି ବହୁତ ଖାସ୍‌। ଆଉ ସେ ହେଉଛନ୍ତି ବଲିଉଡର ଧକ୍‌ ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତ।

ଡ୍ୟାନ୍ସ ରିଆଲିଟି ଶୋ’ ‘ଡ୍ୟାନ୍ସ ଦିୱାନା’ରେ ଜଜ୍‌ କୁର୍ସିରେ ବସୁଥିବା ମାଧୁରୀ ଶୁଟିଂ ସେଟ୍‌ରେ ହିଁ ସମସ୍ତଙ୍କ ପାଇଁ ପ୍ରସ୍ତୁତ କରିଥିଲେ ଏହି ପକୁଡ଼ି। ଏହା ଖୁବ୍‌ ସ୍ୱାଦିଷ୍ଟ ହୋଇଥିବା ନେଇ ସେଟ୍‌ର ସମସ୍ତ ମେମ୍ବରମାନେ କହିଥିଲେ ଓ ମାଧୁରୀଙ୍କର ଖୁବ୍‌ ପ୍ରଶଂସା କରିଥିଲେ। ଆଉ ମଜାରେ ଏହାର ନାଁ ଦେଇଥିଲେ ‘ମୋହିନୀ ସ୍ପେଶାଲ୍‌ ପକୁଡ଼ି’।

ସେଦିନ ଶୁଟିଂ ସେଟ୍‌ରେ ବିଗତ ଦିନର ଡ୍ୟାନ୍ସିଂ ଷ୍ଟାର୍ ଗୋବିନ୍ଦା ମଧ୍ୟ ପହଞ୍ଚିଥିଲେ।  ଶୋ’ରେ ମାଧୁରୀ ଓ ଗୋବିନ୍ଦାଙ୍କ ଯୁଗଳବନ୍ଦୀ ଦର୍ଶକଙ୍କର ଖୁବ୍‌ ମନୋରଞ୍ଜନ କରିଥିଲା। ବିଗତ ଦିନର ହିଟ୍‌ ଫିଲ୍ମ ‘ଇଜ୍ଜତଦାର’ର ଏକ ଆଇଟମ୍‌ ନମ୍ବରରେ ଉଭୟ ଖୁବ୍‌ ଡ୍ୟାନ୍ସ କରିଥିଲେ।

ସୂଚନାଯୋଗ୍ୟ, ମାଧୁରୀ ଏବେ ବି ବଡ଼ ପରଦାରେ ସକ୍ରିୟ ଅଛନ୍ତି। ଚଳିତ ବର୍ଷ ରିଲିଜ୍‌ ହୋଇଥିବା ‘ଟୋଟାଲ ଧମାଲ’ ଓ ‘କଲଙ୍କ’ ଫିଲ୍ମରେ ସେ ଅଭିନୟ କରିଥିଲେ।



from Odisha Reporter https://ift.tt/2NC5fIj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages