ସିରିଜ୍‌ ଦୁର୍ଘଟଣା: ୧୨ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 7, 2019

ସିରିଜ୍‌ ଦୁର୍ଘଟଣା: ୧୨ ଆହତ

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଆଡ଼କଟା କାଳିଆପଡ଼ାରେ ଏକ ସିରିଜ୍‌ ଦୁର୍ଘଟଣା ହୋଇଛି। ଏଥିରେ ୧୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ଆହତ ହୋଇଛି।

ସୂଚନା ଅନୁଯାୟୀ, କଣ୍ଟିଲୋ ନିକଟସ୍ଥ ବିଜିପୁରରେ ବାହାଘର ସାରି କିଛି ବରଯାତ୍ରୀ ଲୋକ ଦୁଇଟି କାର୍‌ରେ ଫେରୁଥିଲେ। କାର୍‌ ଦୁଇଟି ଆଗପଛ ହୋଇ ଆସୁଥିଲେ। ସେତିକି ବେଳେ କାଳିଆପଡ଼ା ନିକଟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ କାର ପ୍ରଥମେ ଆଗରେ ଆସୁଥିବା କାର୍‌କୁ ଧକ୍କା ଦେଇଥିଲା। ଫଳରେ ତାହା ଅଟକି ଯାଇଥିଲା। ଏହା ପରେ ପଛରେ ଆସୁଥିବା ଦ୍ୱିତୀୟ କାର୍‌ଟି ଜୋରରେ ତା’ ପଛରେ ପିଟି ହୋଇଥିଲା।

ଦୁର୍ଘଟଣାରେ ତିନୋଟି ଯାକ କାର୍‌ କ୍ଷତିଗ୍ରସ୍ତ ହୋଇଛି। ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ଆହତଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।



from Odisha Reporter https://ift.tt/2G1KCyS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages