୨୪ରୁ ବଢ଼ିବ ବର୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 21, 2019

୨୪ରୁ ବଢ଼ିବ ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୪ଘଣ୍ଟା ଭିତରେ ବରଗଡ଼, ସମ୍ବଲପୁର, ମୟୂରଭଞ୍ଜ, କେନ୍ଦୁଝର, ଦେଓଗଡ଼ ଓ କନ୍ଧମାଳ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗକେନ୍ଦ୍ରର ଡ୍ୟୁଟି ଅଫିସର ଜୀବନ ବାସ୍କେ ଏହି ସୂଚନା ଦେଇଛନ୍ତି। ତା’ସହିତ ୨୪ ତାରିଖଠାରୁ ବର୍ଷାର ପରିମାଣ ବଢ଼ିବ ବୋଲି ସେ କହିଛନ୍ତି।

ଶ୍ରୀ ବାସ୍କେ କହିଛନ୍ତି,“ଆସନ୍ତା ୨୪ ତାରିଖଠାରୁ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ବର୍ଷା ପରିମାଣ ବଢ଼ିବ।”

ସେ ଆହୁରି କହିଛନ୍ତି,“ବର୍ତ୍ତମାନ ପର୍ଯ୍ୟନ୍ତ ସ୍ୱାଭାବିକ ବର୍ଷା ଠାରୁ ୨୯ ପ୍ରତିଶତ କମ୍ ବର୍ଷା ହୋଇଛି। ତେବେ ଅଗଷ୍ଟ ମାସ ଶେଷ ସୁଦ୍ଧା ତାହା ଭରଣା ହୋଇପାରେ।”

ସୂଚନାଯୋଗ୍ୟ, ବର୍ଷା ଅଭାବରୁ ରାଜ୍ୟର ଅନେକ ସ୍ଥାନରେ ଚାଷ ଉଜୁଡ଼ି ଗଲାଣି। ଅନେକ ଅଞ୍ଚଳରେ ବର୍ଷା ଅଭାବରୁ ରୁଆ ବେଉଷଣ ତ ଦୂରର କଥା ତଳିଗୁଡ଼ିକ ଶୁଖିବାକୁ ବସିଲାଣି। ଜମି ଫାଟି ଆଁ କଲାଣି। ଏନେଇ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି।



from Odisha Reporter https://ift.tt/2Gk3KZ1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages