ନୂଆଦିଲ୍ଲୀ:ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନେତୃତ୍ୱରେ ଆଜି ସକାଳ ୯ଟାରେ ସଂସଦରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଥିଲା। ବାଚସ୍ପତି ଓମ୍ ବିର୍ଲାଙ୍କ ସମେତ ଭାରତୀୟ ଜନତା ପାର୍ଟିର ବରିଷ୍ଠ ମନ୍ତ୍ରୀ ଓ ସାଂସଦ ସଂସଦ ପରିସରରେ ଝାଡୁ ମାରିଥିଲେ।
ଖୋଦ୍ ବାଚସ୍ପତି ଓମ୍ ବିର୍ଲା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ,ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର, ପ୍ରତାପ ଷଡ଼ଙ୍ଗୀ, ସାଂସଦ ହେମାମାଳିନୀ ସଂସଦ ପରିସରରେ ଝାଡ଼ୁ ମାରିଥିବା ଦେଖିବାକୁ ମିଳିଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲା, କେନ୍ଦ୍ରୀୟ ମନ୍ତ୍ରୀ ଓ ସାଂସଦ ସଂସଦ ଭବନର ସ୍ୱଚ୍ଛତା ଅଭିଯାନରେ ଅଂଶ ଗ୍ରହଣ କରିବେ ବୋଲି ଗତ ଶୁକ୍ରବାର ଲୋକସଭା ସଚିବାଳୟରେ ସୂଚନା ଦିଆଯାଇଥିଲା।
ଏନେଇ ବିଜେପି ସାଂସଦ ହେମା ମାଳିନୀ କହିଛନ୍ତି,“ ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଅବସରରେ ସଂସଦ ପରିସରରେ ସ୍ୱଚ୍ଛ ଭାରତ ଅଭିଯାନ ସଂପୂର୍ଣ୍ଣ କରିବା ପାଇଁ ଲୋକସଭା ବାଚସ୍ପତି ନେଇଥିବା ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ। ମୁଁ ଆସନ୍ତା ସପ୍ତାହରେ ମଥୁରା ଯାଇ ଏହି ଅଭିଯାନକୁ ଆଗକୁ ବଢ଼ାଇବି।”
from Odisha Reporter https://ift.tt/2LSoyL5
No comments:
Post a Comment