ମୁମ୍ବାଇ: ଛୋଟ ପରଦାର ମୋଷ୍ଟ ପପୁଲାର ଶୋ’ ‘କସୌଟି ଜିନ୍ଦେଗୀ’ ସିରିଏଲରେ ଏବେ ହାଇ ଭୋଲଟେଜ ଡ୍ରାମା ଦେଖିବାକୁ ମିଳୁଛି। କାହାଣୀରେ ଏବେ ମିଷ୍ଟର ବଜାଜ ଓ ପ୍ରେରଣା( ଏରିକା ଫର୍ନାଡିସ୍ )ଙ୍କ ବିବାହ ସମ୍ପନ୍ନ ହୋଇଛି। ବିବାହରେ ପ୍ରେରଣା ବେଙ୍ଗଲି ବ୍ରାଇଡାଲ ଲୁକ୍ରେ ଖୁବ୍ ସୁନ୍ଦର ଲାଗୁଛନ୍ତି। କିନ୍ତୁ ଶୋ’ରେ ଏହାର ଆବଶ୍ୟକତା କ’ଣ ବୋଲି ପ୍ରଶ୍ନ ଉଠାଇଛନ୍ତି ଫ୍ୟାନ୍। ଏଥିଲାଗି ପ୍ରଡ୍ୟୁସର ଏକତା କପୁରଙ୍କୁ ଖୁବ୍ ଟ୍ରଲ୍ କରିଛନ୍ତି ଦର୍ଶକ।
ସେ ଯାହା ବି ହେଉ, ଶୋ’ରେ ବିବାହ ସମୟରେ ପ୍ରେରଣା ବେଙ୍ଗଲି ବ୍ରାଇଡାଲ ଲୁକ୍ରେ ନଜର ଆସିଛନ୍ତି। ଲାଲ ଲେହେଙ୍ଗ ଓ ହେବି ଜୁଏଲାରୀରେ ସେ ଖୁବ ଗ୍ଲାମରସ ଲାଗୁଛନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ପ୍ରେରଣାଙ୍କୁ ଏହି ଲୁକ୍ ଲାଗି କାହାଠୁ ମିଳିଛି ଟିପ୍ସ। ଏ ସମ୍ପର୍କରେ ମିଷ୍ଟର ବଜାଜଙ୍କ ରିୟଲ ଲାଇଫ୍ ପତ୍ନୀ ବିପାଶା ତାଙ୍କ ରିଲ୍ ଲାଇଫ୍ ପତ୍ନୀଙ୍କୁ ଦେଇଛନ୍ତି ଟିପ୍ସ।
ବିପାଶଙ୍କ ବ୍ରାଇଡାଲ ଲୁକ୍ ଭଳି ମେକଅପ୍ ନେବାକୁ ଶୋ’ ମେକର୍ସ ପ୍ରେରଣାଙ୍କୁ କହିଥିଲେ। ମାତ୍ର ବିପାଶା ଏଥିରେ କିଛି ପରିବର୍ତ୍ତନ କରିବା ସହ କିଛି ଷ୍ଟାଇଲିସ୍ ଟିପ୍ସ ମଧ୍ୟ ପ୍ରେରଣାଙ୍କୁ ଦେଇଛନ୍ତି। ଶୋ’ର ଟିଆରପି ବଢାଇବା ଲାଗି ମେକର୍ସ ଫୁଲ୍ ଦମ୍ରେ ଲାଗିପଡିଛନ୍ତି। କିନ୍ତୁ ସୋଶାଲ ମିଡିଆରେ ଏହା ଦର୍ଶକଙ୍କୁ ବେଶି ପସନ୍ଦ ଆସି ନାହିଁ।
ଏଥିଲାଗି ଫ୍ୟାନ୍ମାନେ ଶୋ’ର ପ୍ରଡ୍ୟୁସର ଏକତା କପୁରଙ୍କୁ ଖୁବ୍ ଟ୍ରଲ୍ କରିଛନ୍ତି। ପ୍ରେରଣା ନିରୂପାୟ ହୋଇ ମିଷ୍ଟର ବଜାଜଙ୍କ ସର୍ତ୍ତରେ ରାଜି ହୋଇଯିବା ସିନ୍କୁ ସେମାନେ ସହଜରେ ଗ୍ରହଣ କରି ପାରୁ ନାହାନ୍ତି।
ଏକତା ବିବାହ, ଭଲ ପାଇବାର ମଜାକ୍ କରି ସାରିଲେଣି ବୋଲି ଏହି ଶୋ’କୁ ଦେଖି ଜଣେ ଫ୍ୟାନ୍ କହିଛନ୍ତି । ଆଉ ଜଣେ ୟୁଜର ଲେଖିଛନ୍ତି, ମୁଁ ଭାବୁଛି ଏକତା ମାନସିକ ଭାବେ ଅନୁସ୍ଥ ହୋଇ ପଡିଛନ୍ତି। ଆମେ ୨୦୧୯ ମସିହାରେ ପହଞ୍ଚି ସାରିଛେ। ଏହା ୨୦୦୦ ମସିହା ନୁହେଁ। ଜଣେ ଛୁଆ ବି ଏହାଠୁ ଭଲ ସ୍କ୍ରିପ୍ଟ ଲେଖିପାରେ।
from Odisha Reporter https://ift.tt/32pc3MB
No comments:
Post a Comment