ଆଜି ଉଭା ଅମାବାସ୍ୟା; ବାହାର କାଠ ନିକଟରୁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଭକ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 2, 2019

ଆଜି ଉଭା ଅମାବାସ୍ୟା; ବାହାର କାଠ ନିକଟରୁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଭକ୍ତ

ପୁରୀ(ମଧୂସୁଦନ ମିଶ୍ର):   ଜ୍ୱରରେ ପୀଡିତ ହୋଇ ଠାକୁର ଅଣସର ଘରେ ରହିଥିବା ହେତୁ ଦୀର୍ଘ ଦିନ ହେଲା  ଭକ୍ତଙ୍କୁ ଦର୍ଶନ ଦେଇ ପାରୁ ନ ଥିଲେ। ୧୫ ଦିନର ବିରତି ପରେ ଗତ କାଲି  ଭକ୍ତମାନେ ଶ୍ରୀଜିଉଙ୍କୁ ନବଯୌବନ ରୂପରେ ଦର୍ଶନ କରି ଭାବବିହ୍ୱଳ ହୋଇ ପଡିଥିଲେ।  ଆଜି ହେଉଛି ଉଭା ଅମାବାସ୍ୟା। ସକାଳୁ ରାତି ୯ଟା ପର୍ଯ୍ୟନ୍ତ ବାହାର କାଠ ନିକଟରେ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ।

ସକାଳ ଧୂପ ପରେ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ତିନି ବାଡ଼ରୁ ଆଣି ତିନି ରଥରେ ଦେବେ। ଏହାପରେ ପ୍ରଥମେ ନନ୍ଦିଘୋଷ, ପରେ ଦେବଦଳନ ଏବଂ ଶେଷରେ ତାଳଧ୍ୱଜ ରଥକୁ ରଥଖଳାରୁ ସିଂହଦ୍ୱାରକୁ ଟଣାଯିବ।  ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।



from Odisha Reporter https://ift.tt/2J6EhnJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages