ଜଳେଶ୍ୱର(ଅଜିତ ଦାସ): ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ଜାତୀୟ ରାଜପଥ ୬୦ର ନନ୍ଦିକାଠାରେ ଏକ ଗୋରୁ ବୋଝେଇ ଡାଲା ଅଟୋକୁ ଦ୍ରୁତ ଗତିରେ ଆସୁଥିବା ଏକ ବସ୍ ପଛ ପଟୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି। ଏଥିରେ ଦୁଇ ଗୋରୁଙ୍କର ମଧ୍ୟ ମୃତ୍ୟୁ ହୋଇଛି।
ମୃତକଙ୍କ ଘର ପଶ୍ଚିବାଡ଼ଗ୍ରାମରେ। ଆହତମାନଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ପରେ ଅଟୋ ଡ୍ରାଇଭର ଫେରାର ହୋଇଯାଇଛି। ଜଳେଶ୍ୱର ପୁଲିସ୍ ଗୋରୁ ବୋଝେଇ ଅଟୋକୁ ଜବତ କରିଛି। ଡାଲା ଅଟୋରେ ବେଆଇନ ଭାବେ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ କରାଯାଉଥିବା ଜଣାପଡ଼ିଛି।
from Odisha Reporter https://ift.tt/2NtA5Tz
No comments:
Post a Comment