ଟ୍ରିପଲ ତଲାକ ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 31, 2019

ଟ୍ରିପଲ ତଲାକ ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଟ୍ରିପଲ ତଲାକ୍ ବିଲକୁ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ ଦେଇଛନ୍ତି। ଏଥିସହ ଏହି ଆଇନ୍ ପିଛିଲା ଭାବରେ ୧୯ ସେପ୍ଟେମ୍ୱର ୨୦୧୮ରୁ ଲାଗୁ ହୋଇଛି। ସୂଚନାଯୋଗ୍ୟ ଏହି ବିଲ୍ ସଂସଦର ଦୁଇଟି ସଦନରେ ପାରିତ ହୋଇସାରିଛି। ମୋଦି ସରକାର ଏହି ବିଲକୁ ୨୫ ଜୁଲାଇରେ ଲୋକସଭାରେ ପାରିତ କରିଥିବା ବେଳେ ୩୦ ଜୁଲାଇରେ ରାଜ୍ୟସଭାରେ ପାରିତ କରିଥିଲେ। ଏହି ବିଲ୍ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ପରେ ୧୯ ସେପ୍ଚେମ୍ୱର ୨୦୧୮ ପରେ ଟ୍ରିପଲ ତଲାକକୁ ନେଇ ଯେଉଁ ସବୁ ଅଭିଯୋଗ କିମ୍ୱା ମାମଲା ଚାଲିଥିବ ତାହା ଏହି ଆଇନ୍ ଅନୁଯାୟୀ ବିଚାର ହେବ।

ଜୁଲାଇ ୩୦ରେ ଏହି ବହୁ ଚର୍ଚ୍ଚିତ ବିଲ୍ ରାଜ୍ୟସଭାରେ ପାସ୍ ହେବା ବେଳେ ବିଲ୍ ସପକ୍ଷରେ ୯୯ ଜଣ ସମର୍ଥନ କରିଥିବା ବେଳେ ବିଲ୍ ବିରୋଧରେ ୮୪ଟି ଭୋଟ୍ ପଡ଼ିଥିଲା। ଭୋଟିଂ ପୂର୍ବରୁ ଏହି ବିଲକୁ ସିଲେକ୍ସନ କମିଟିକୁ ପଠାଇବା ପାଇଁ ବିରୋଧୀ ଦାବି କରିଥିଲେ। ଏ ନେଇ ୮୪ ଜଣ ଦାବି କରିଥିବା ବେଳେ ୧୦୦ ଜଣ ଏହାର ବିରୋଧ କରିଥିଲେ। ରାଜ୍ୟସଭାରେ ଏହି ବିଲ୍ ପାସ୍ କରିବା ପରେ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହାକୁ ଐତିହାସିକ ଦିନ ବୋଲି କହିଥିଲେ।

ସେହିପରି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ବିଲ୍ ପାସ୍ ହେବା ପରେ ସମସ୍ତ ସାଂସଦଙ୍କୁ ଧନ୍ୟବାଦ ଦେଇଥିଲେ। ଏବଂ ଆଜିର ଦିନ (ଜୁଲାଇ ୩୦)କୁ ଐତିହାସିକ ଦିନ ବୋଲି କହିଥିଲେ।

ମୋଦିଙ୍କ ପ୍ରଥମ ସରକାରରେ ଏହି ବିଲ୍ ଲୋକସଭାରେ ପାରିତ ହୋଇଥିଲା। କିନ୍ତୁ ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ନଥିବାରୁ ବିଲଟି ଖାରଜ୍ ହୋଇଥିଲା।



from Odisha Reporter https://ift.tt/2K8KXSW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages