‘କଫି କିଙ୍ଗ’ଙ୍କ ଶେଷକୃତ୍ୟ ସମ୍ପନ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 31, 2019

‘କଫି କିଙ୍ଗ’ଙ୍କ ଶେଷକୃତ୍ୟ ସମ୍ପନ୍ନ

ବେଙ୍ଗାଲୁରୁ : ‘କାଫେ କଫି ଡେ’ର ସଂସ୍ଥାପକ ତଥା ଭାରତର ‘କଫି କିଙ୍ଗ’ ଭି.ଜି. ସିଦ୍ଧାର୍ଥ (୬୦)ଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଚିକ୍କାମାଗାଲୁର ଜିଲ୍ଲାରେ ତାଙ୍କ ପୈତୃକ ଗାଁରେ ସିଦ୍ଧାର୍ଥଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ପୁଅ ଅର୍ମତା ମୁଖାଗ୍ନି ଦେଇଥିଲେ। ଶେଷକୃତ୍ୟ ବେଳେ ତାଙ୍କ ଶ୍ୱଶୁର ତଥା କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଏମ୍ କ୍ରିଷ୍ନା, ପରିବାର ଲୋକ ଏବଂ ସିସିଡି କମ୍ପାନୀର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ୟୁରପ୍ପା, ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ, କଂଗ୍ରେସ ନେତା ଡିକେ ଶିବକୁମାର ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସିଦ୍ଧାର୍ଥଙ୍କ ଶେଷକୃତ୍ୟରେ ସାମିଲ୍ ହୋଇଥିଲେ।

ଗତକାଲି ସକାଳେ ମେଙ୍ଗାଲୁରୁ ନିକଟରେ ଥିବା ନେତ୍ରବତୀ ନଦୀରୁ ସିଦ୍ଧାର୍ଥଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ସୋମବାର ଅପରାହ୍ନରେ ନେତ୍ରାବଦୀ ନଦୀର ବ୍ରିଜ ଉପରେ ତାଙ୍କୁ ଅନ୍ତିମ ଥର ଦେଖିବାକୁ ମିଳିଥିଲା। ଏହାପରେ ସ୍ଥାନୀୟ ପୁଲିସ ଏବଂ ତଟରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେଶନ କରାଯାଇଥିଲେ ମଧ୍ୟ ସେ ମିଳିନଥିଲେ। ସକାଳୁ କିନ୍ତୁ ସିଦ୍ଧାର୍ଥଙ୍କ ମୃତ ଶରୀର ପାଣିରେ ଭାସୁଥିବାରୁ କିଛି ମାଛ ଧରାଳି ଦେଖି ପୁଲିସକୁ ସୂଚନା ଦେଇଥିଲେ। ଏହାପରେ ମୃତ ଦେହଟି ସିଦ୍ଧାର୍ଥଙ୍କର ବୋଲି ଚିହ୍ନଟ ହୋଇଥିଲା।

ସିଦ୍ଧାର୍ଥ ବ୍ୟବସାୟରେ କ୍ଷତି ଓ ବଢ଼ିଚାଲିଥିବା ଋଣ ବୋଝ ଯୋଗୁ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି। କିନ୍ତୁ ପୁଲିସ ତଦନ୍ତ କରି ଏଯାଏ ରିପୋର୍ଟ ଦେଇ ନାହିଁ।

ସିଦ୍ଧାର୍ଥଙ୍କ ପରିବାର କଫି ଚାଷ କରିବା ସହ ବିଦେଶକୁ ରପ୍ତାନୀ କରୁଥିଲେ। ପାଖାପାଖି ୧୫୦ ବର୍ଷ ପୂର୍ବରୁ ତାଙ୍କ ପରିବାର ଏହି କଫି ଚାଷ କରୁଥିଲେ। କିନ୍ତୁ ୧୯୯୩ରେ ସିଦ୍ଧାର୍ଥ ନିଜସ୍ୱ ଉଦ୍ୟମ ବଳରେ କଫି ଡେ ଗ୍ଲୋବାଲ ଆରମ୍ଭ କରିଥିଲେ। ଏବେ ସିଦ୍ଧାର୍ଥଙ୍କର କର୍ଣ୍ଣାଟକାରେ ୧୨ ହଜାର ଏକର ଜମିରେ କଫି ପ୍ଲାଣ୍ଟେସନ ରହିଛି। ଏବଂ ସାରା ଦେଶର ବିଭିନ୍ନ ସ୍ଥାନରେ ତାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା କାଫେ କଫି ଡେ’ ଚେନ୍ ଆଉଟଲେଟ୍ ଖୋଲା ହୋଇଛି।

କଫି ବ୍ୟବସାୟ ବ୍ୟତୀତ ଗତ ମାସରେ ଆଇଟି କମ୍ପାନି ମାଇଣ୍ଡ୍‌ ଟ୍ରିରେ ଥିବା ତାଙ୍କର ଶେୟାରକୁ ଲାର୍ସନ ଆଣ୍ଡ୍‌ ଟର୍ବୋ (ଏଲ ଆଣ୍ଡ ଟି)କୁ ୩ ହଜାର କୋଟି ଟଙ୍କାରେ ବିକ୍ରି କରିଦେଇଥିଲେ ବୋଲି ସୂଚନା ରହିଛି।



from Odisha Reporter https://ift.tt/2GGYzTc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages