ଓସାମା ବିନ୍ ଲାଡେନର ପୁଅ ହମଜା ମୃତ: ଆମେରିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 31, 2019

ଓସାମା ବିନ୍ ଲାଡେନର ପୁଅ ହମଜା ମୃତ: ଆମେରିକା

ଓ୍ୱାଶିଂଟନ: ଆତଙ୍କବାଦୀ ସଂଗଠନ ଅଲ୍ କାଏଦାର ନିହତ ମୁଖ୍ୟ ଓସାମା ବିନ ଲାଡେନର ପୁଅ ହମଜା ବିନ୍ ଲାଡେନ(୩୦)ର ମୃତ୍ୟୁ ହୋଇଛି। ତାକୁ ମାରି ଦିଆଯାଇଥିବା ବୁଧବାର ଆମେରିକାର ସରକାରୀ ଅଧିକାରୀ କହିଛନ୍ତି। ତେବେ କେଉଁ ସ୍ଥାନରେ ହମଜା ଲାଡେନର ମୃତ୍ୟୁ ହୋଇଛି ଓ କେତେବେଳେ ହୋଇଛି ଏ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଆମେରିକା ସରକାର ଦେଇ ନାହାନ୍ତି। ସେହିପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହମଜାର ମୃତ୍ୟୁ ବାବଦରେ କିଛି ସ୍ପଷ୍ଟ କରିନଥିବା ବେଳେ ଏହି ଖବରକୁ ଖାରଜ ମଧ୍ୟ କରି ନାହାନ୍ତି।

ଆମେରିକାର ଏନବିସି ନ୍ୟୁଜର ଏକ ରିପୋର୍ଟରେ କୁହାଯାଇଛି ଯେ ହମଜା ବିନ୍ ଲାଡେନର ମୃତ୍ୟୁ ହୋଇଥିବା ସରକାରୀ ଅଧିକାରୀ ଦାବି କରିଛନ୍ତି। ସେହିପରି ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ ଆମେରିକାର ଦୁଇ ଜଣ  ସରକାରୀ ଅଧିକାରୀ କହିଛନ୍ତି ଗତ ଦୁଇ ବର୍ଷ ତଳେ ହୋଇଥିବା ସର୍ଚ୍ଚ ଅପରେଶନ ବେଳେ ହମଜାର ମୃତ୍ୟୁ ଘଟିଥିଲା।  ତେବେ ଆମେରିକା ରାଷ୍ଟ୍ରପତି ଏନବିସି ନ୍ୟୁଜ୍ ରିପୋର୍ଟ ଉପରେ ପ୍ରତିକ୍ରିୟା ଦେଇ ହମଜାର ମୃତ୍ୟୁକୁ ନେଇ ସେ କୌଣସି ପ୍ରତିକ୍ରିୟା ଦେଇ ପାରିବେ ନାହିଁ ବୋଲି କହିଥିବା ବେଳେ ଏଭଳି ଖବରକୁ ଖାରଜ ମଧ୍ୟ କରି ନାହାନ୍ତି।

ସେହିପରି ଚଳିତବର୍ଷ ଫେବୃଆରୀରେ ହମଜା ଲାଡେନର ମୁଣ୍ଡ ପାଇଁ ୟୁଏସ ଷ୍ଟେଟ ଡିପାର୍ଟମେଣ୍ଟ ୧ ମିଲିଅନ ଡଲାର(୭ କୋଟି)ର ପୁରସ୍କାର ରାଶି ଘୋଷଣା କରିଥିଲା। ସୂଚନାଯୋଗ୍ୟ, ୨୦୧୧ରେ ଆମେରିକା ସେନା ଓସାମା ବିନ୍ ଲାଡେନକୁ ହତ୍ୟା କରିଥିଲା। ତା’ର ୨୦ ଜଣ ସନ୍ତାନଙ୍କ ମଧ୍ୟରେ ହମଜା ୧୫ ତମ ଏବଂ ସେ ଲାଡେନର ତୃତୀୟ ସ୍ତ୍ରୀର ପୁଅ।

ଓସାମା ବିନ୍ ଲାଡେନର ହତ୍ୟାର ପ୍ରତିଶୋଧ ନେବା ପାଇଁ ହମଜା ଆମେରିକା ଏବଂ ଅନ୍ୟାନ୍ୟ ଦେଶକୁ ବିଭିନ୍ନ ସମୟରେ ଅଡିଓ ଭିଡିଓ ବାର୍ତ୍ତା ଜରିଆରେ ଧମକ ଦେଉଥିଲା। ୨୦୧୧ରେ ତାର ବାପା ତଥା କୁଖ୍ୟାତ ଆତଙ୍କବାଦୀ ଓସାମା ବିଲ୍ ଲାଡେନ ପାକିସ୍ତାନରେ ଲୁଚିଥିବା ବେଳେ ଆମେରିକା ସେନା ତା’ ଘରେ ପଶି ତାକୁ ହତ୍ୟା କରିଥିଲେ। ଏହି ସମୟରେ ଲାଡେନ ଘରୁ ଜବତ ହୋଇଥିବା କାଗଜ ପତ୍ରରେ ହମଜା ଆଗାମୀ ଦିନରେ ଅଲକାଏଦାର ମୁଖ୍ୟ ହେବ ବୋଲି ଜଣାପଡ଼ିଥିଲା। ହମଜା ଅନ୍ୟ ଏକ ଆତଙ୍କବାଦୀ ସଂଗଠନର ନେତାର ଝିଅକୁ ଇରାନରେ ବିବାହ କରିଥିଲା ବୋଲି ସୂଚନା ରହିଛି।

ତେବେ ହମଜା ବିନ୍ ଲାଡେନ କେଉଁ ଠାରେ ରହେ ତାହା ଜଣାପଡ଼ିନଥିଲା। ସେ ଇରାନରେ ଗୃହବନ୍ଦୀ ହୋଇ ରହୁଥିବା  କେହି କେହି କହୁଥିବା ବେଳେ ଅନ୍ୟ ଏକ ସୂତ୍ର ସେ ବିଭିନ୍ନ ସମୟରେ ଆଫଗାନିସ୍ତାନ, ପାକିସ୍ତାନ ଏବଂ ସିରିଆରେ ରହୁଥିଲା ବୋଲି କହିଛି ।



from Odisha Reporter https://ift.tt/2GEAr3K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages