ଭୋପାଲ: ମାତା ସୀତା ଅପହରଣ ହୋଇଥିଲେ କି ନାହିଁ ତଦନ୍ତ କରିବାକୁ ଶ୍ରୀଲଙ୍କାକୁ ଏକ ଟିମ୍ ପଠାଇଛନ୍ତି କମଲନାଥ ସରକାର। ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଏପରି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ଏହାଦ୍ୱାରା କୋଟି କୋଟି ଭକ୍ତଙ୍କର ଭାବନାକୁ କୁଠାରଘାତ ହୋଇଛି ବୋଲି ଶିବରାଜ ସିଂହ ଚୌହ୍ୱାନ କହିଛନ୍ତି। ତାଙ୍କ ସରକାର ବେଳେ ହୋଇଥିବା ମନ୍ଦିର ଯୋଜନାକୁ ଆଗକୁ ବଢ଼ାଇବା ପରିବର୍ତ୍ତେ କମଲନାଥ ସରକାର ଏପରି କରିବା ଗ୍ରହଣୀୟ ନୁହେଁ ବୋଲି ଶିବରାଜ କହିଛନ୍ତି।
ସେ ଆହୁରି କହିଛନ୍ତି ସାରା ବିଶ୍ୱ ଜାଣିଛି ଶ୍ରୀଲଙ୍କାର ଅଶୋକ ବାଟିକାରୁ ମାତା ସୀତାଙ୍କୁ ଅପହରଣ କରି ନେଇଥିଲା ରାବଣ। ଏହାପରେ ଅଗ୍ନୀପରୀକ୍ଷାରେ ସାମ୍ନା କରିବାକୁ ପଡ଼ିଥିଲା ମାତା ସୀତାଙ୍କୁ। ମୁଁ ଯେତେବେଳେ ଶ୍ରୀଲଙ୍କା ଯାଇଥିଲି ସେତେବେଳେ ଏଠାରେ ମନ୍ଦିର ନିର୍ମାଣ ହେବା ଦରକାର ଭାବି ନିଷ୍ପତ୍ତି ନେଇଥିଲି। କିନ୍ତୁ ମୁଁ ଆଶ୍ଚର୍ଯ୍ୟ ଯେ କମଲନାଥ ସରକାର ଅପହରଣ ବାବଦରେ ଅଧିକ ତଥ୍ୟ ପାଇଁ ଏକ ଟିମ୍ ଶ୍ରୀଲଙ୍କା ପଠାଇଛନ୍ତି।
ସୂଚନାଯୋଗ୍ୟ, ୨୦୧୦ରେ ଶିବରାଜ ସରକାର ସୀତା ମନ୍ଦିର ନିର୍ମାଣ କରିବା ପାଇଁ ୧ କୋଟି ଟଙ୍କା ଘୋଷଣା କରିଥିଲେ। ଏହି ମନ୍ଦିର ରାବଣ ସୀତାଙ୍କୁ ଅପହରଣ କରିଥିବା ସ୍ଥାନରେ ହେବାର ଥିଲା। ତେବେ ଦୀର୍ଘ ୯ ବର୍ଷ ଭିତରେ ମନ୍ଦିର କାମ ଆଗେଇ ନଥିବା ଜଣାପଡ଼ିଛି।
सारा देश, सारी दुनिया जानती है कि सीताजी लंका में अशोक वाटिका में रखी गईं थी और उन्होंने अग्नि-परीक्षा भी दी थी। मैं जब श्रीलंका गया था तो मेरे मन में यह भाव आया कि इस स्थान पर भव्य मंदिर का निर्माण होना चाहिए!
मुझे आश्चर्य है यह कमलनाथ सरकार तथ्यों को जाँचने की बात कर रही है! pic.twitter.com/gYLZDUJ5EM
— Shivraj Singh Chouhan (@ChouhanShivraj) July 16, 2019
ଏହାପରେ କମଲନାଥ ସରକାର ଉକ୍ତ ସ୍ଥାନରେ ପ୍ରକୃତରେ ମାତା ସୀତା ଅପହରଣ ହୋଇଥିଲେ କି ନାହିଁ ତଦନ୍ତ କରିବା ପାଇଁ ଏକ ଟିମ୍ ପଠାଇଛନ୍ତି। ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପିସି ଶର୍ମା ଶିବରାଜଙ୍କ ଅଭିଯୋଗର ଜବାବ ରଖିବାକୁ ଯାଇ କହିଛନ୍ତି ଶିବରାଜ ସିଂହ ରାଜନୀତିକ ଲାଭ ଉଦ୍ଦେଶ୍ୟରେ ସେତେବେଳେ ଶ୍ରୀଲଙ୍କା ଗସ୍ତ କରିଥିଲେ। ହେଲେ ଏଯାଏ ମନ୍ଦିର କାମର ଅଗ୍ରଗତି ହୋଇ ନାହିଁ।
from Odisha Reporter https://ift.tt/2YTAL5T
No comments:
Post a Comment