ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲା ଏରସମା ବଜାର ସ୍ଥିତ ପଞ୍ଜାବ ନ୍ୟାଶ୍ନାଲ୍ ବ୍ୟାଙ୍କ ନିକଟରୁ ଗତ ୬ ତାରିଖରେ ଜଣେ ବ୍ୟବସାୟୀଙ୍କ ଠାରୁ ୧ ଲକ୍ଷ ୪୯ ହଜାର ଟଙ୍କା ଲୁଟ୍ କରିଥିବା ଏକ ଲୁଟେରା ଗ୍ୟାଙ୍ଗର ୩ ଜଣ ସଦସ୍ୟଙ୍କୁ ପୁଲିସ୍ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି।
ଉକ୍ତ ନାବାଳକଙ୍କୁ ଛାଡ଼ି ଗିରଫ ଅନ୍ୟ ଦୁଇ ଅଭିଯୁକ୍ତ ହେଲେ ପି.ଶଙ୍କର ଓ କରନ୍ ରାଓ। ସେମାନଙ୍କ ଘର ଗଞ୍ଜାମ ଜିଲ୍ଲାରେ। ଗିରଫ ଅଭିଯୁକ୍ତମାନେ ଏରାଗୋଲା ଲୁଟେରା ଗ୍ୟାଙ୍ଗର ସଦସ୍ୟ ବୋଲି ଜଣାପଡ଼ିଛି।
ଗତକାଲି ଏହି ଲୁଟେରାମାନେ ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାହାମା ବଜାରରେ ଥିବା ପଞ୍ଜାବ ନ୍ୟାଶନାଲ୍ ବ୍ୟାଙ୍କରୁ ଲୁଟ୍ କରିବା ପାଇଁ ଉଦ୍ୟମ କରିଥିଲେ। ଏହି ସମୟରେ ସେଠାରେ ସାଧା ପୋଷାକରେ ମୁତୟନ ହୋଇଥିବା ପୁଲିସ୍ ହାତରେ ଧରାପଡ଼ିଥିଲେ। ସେମାନଙ୍କଠାରୁ ୧ ଲକ୍ଷ ୩୦ ହଜାର ଟଙ୍କା, ୨ଟି ମୋବାଇଲ, ଦୁଇଟି ବାଇକ୍ ଓ ଗାଡ଼ି ଡିକି ଭାଙ୍ଗିବା ପାଇଁ ବ୍ୟବହାର କରାଯାଉଥିବା ଯନ୍ତ୍ରପାତି ଜବତ କରାଯାଇଛି। ଏହି ଲୁଟେରାମାନେ ଅବିଭକ୍ତ କଟକ ଜିଲ୍ଲା ସମେତ ଖୋର୍ଦ୍ଧା ଓ ଢେଙ୍କାନାଳ ଜିଲ୍ଲାରେ ଲୁଟ୍ପାଟ୍ କରିଥିବା ତିର୍ତ୍ତୋଲ ଏସ୍ଡିପିଓ ଦୀପକ ରଞ୍ଜନ ଜେନା ସୂଚନା ଦେଇଛନ୍ତି।
from Odisha Reporter https://ift.tt/2xXFck5
No comments:
Post a Comment