ନୂଆଦିଲ୍ଲୀ: କ୍ରିକେଟ୍ରୁ ଅବସର ନେବାର ସମୟ ମହେନ୍ଦ୍ର ସିଂହ ଧୋନିଙ୍କର ଆସି ନାହିଁ। ଯଦିଓ ବିଶ୍ୱକପ୍ରେ ସେ ଧିମା ବ୍ୟାଟିଂ କରିଥିଲେ, ତଥାପି ସେ ଭଳିଆ ଖେଳାଳିଙ୍କ ଭବିଷ୍ୟତକୁ ନେଇ ଯେଉଁ ଆଲୋଚନା ଚାଲିଛି, ତାହା ଦୁର୍ଭାଗ୍ୟଜନକ। ଧୋନିଙ୍କ ଘନିଷ୍ଠ ବନ୍ଧୁ ତଥା ବ୍ୟବସାୟୀ ଅରୁଣ ପାଣ୍ଡେ ଏ କଥା କହିଛନ୍ତି।
ସେ କହିଛନ୍ତି, ଧୋନି ଟିମ୍ ଇଣ୍ଡିଆକୁ ଦୁଇଟି ଫର୍ମାଟ୍ (ଦିନିକିଆ ଓ ଟି-ଟ୍ୱେଣ୍ଟି)ରେ ବିଶ୍ୱକପ୍ ଦେଇଛନ୍ତି। ତେଣୁ ତାଙ୍କ ଅବସର ପ୍ରସଙ୍ଗରେ ବିସିସିଆଇ ତାଙ୍କ ସହିତ ଆଲୋଚନା କରିବା ଉଚିତ୍।
ପୂର୍ବରୁ ବିସିସିଆଇର ଜଣେ ଅଧିକାରୀ ମଧ୍ୟ ଧୋନିଙ୍କର ଅବସର ବାବଦରେ ବ୍ୟକ୍ତିଗତ ମତ ରଖିଥିଲେ। ସେ କହିଥିଲେ, ୩୮ ବର୍ଷୀୟ ଧୋନି ଅବସର ନେବେ କି ନାହିଁ, ତାହା ସେ ତାଙ୍କ ଫିଟନେସ୍କୁ ଦେଖି ହିଁ ନିଷ୍ପତ୍ତି ନେବେ। କିନ୍ତୁ ଭବିଷ୍ୟତକୁ ଦେଖିଲେ ଦଳ ପାଇଁ ଧୋନିଙ୍କର ଆବଶ୍ୟକତା ରହିଛି। ଦଳରେ ଥିବା ଯୁବ ଖେଳାଳିମାନେ ତାଙ୍କ ପାଖରୁ ଅନେକ କିଛି ଶିଖି ପାରିବେ।
ସୂଚନାଯୋଗ୍ୟ, ଅରୁଣ ପାଣ୍ଡେ ଓ ଧୋନିଙ୍କ ବନ୍ଧୁତ୍ୱ ବହୁ ପୁରୁଣା। ଋତି ସ୍ପୋର୍ଟସର ପରିଚାଳନା ଦାୟିତ୍ୱ ଅରୁଣ ବୁଝିବା ସହିତ ଧୋନିଙ୍କ ବ୍ୟବସାୟ କଥା ମଧ୍ୟ ବୁଝାବୁଝି କରୁଛନ୍ତି।
from Odisha Reporter https://ift.tt/2St4WOO
No comments:
Post a Comment