ବୈବାହିକ ଜୀବନରେ ଫାଟ, ବାସ୍ତୁ ଟିପ୍ସ ଆପଣାଇ କିପରି ଆଣିବେ ସୁଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 29, 2019

ବୈବାହିକ ଜୀବନରେ ଫାଟ, ବାସ୍ତୁ ଟିପ୍ସ ଆପଣାଇ କିପରି ଆଣିବେ ସୁଧାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବୈବାହିକ ଜୀବନରେ ସବୁବେଳେ ଲାଗୁ ରହୁଛି ମନାନ୍ତର, ମତାନ୍ତର। ଦୂର ହେଉନି ଅଶାନ୍ତି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ, ଭଲ ପାଇବା ବଦଳରେ ବଢି ଯାଇଛି ରାଗରୁଷା, ମାନ ଅଭିମାନ। ଯେତେ ଚେଷ୍ଟା କଲେ ବି ସମ୍ପର୍କ ସୁଧୁରିବା ନାଁ ଧରୁନି। କାହାକୁ ଏହାର ଦୋଷ ଦେବେ ।

ବାସ୍ତୁଶାସ୍ତ୍ର ଅନୁଯାୟୀ, ବେଡରୁମ୍‌ରେ ଯଦି ସବୁ ଜିନିଷ ବାସ୍ତୁ ଅନୁଯାୟୀ ସ୍ଥାନିତ ହୋଇ ନ ଥାଏ, ତା’ ହେଲେ ସମ୍ପର୍କରେ ଦେଖାଦିଏ ଫାଟ। ଆସନ୍ତୁ ଜାଣିବା, କ’ଣ କଲେ ସମ୍ପର୍କରେ ଆସିବ ସୁଧାର, ଭରିଯିବ ମଧୁରତା।

ଝରକା ଥିବା ଜରୁରୀ

ବେଡରୁମ୍‌ ଘରର ମୁଖ୍ୟ ଅଂଶ ହୋଇଥାଏ। ତେଣୁ ସକାଳର ସୂର୍ଯ୍ୟକିରଣ ଏହି ରୁମ୍‌ରେ ପଡ଼ିବା ନିହାତି ଜରୁରୀ। ଏହାଦ୍ୱାରା ମାନସିକ ଅବସାଦ ଦୂର ହୋଇଥାଏ ଓ ସକରାତ୍ମକ ଚିନ୍ତାଧାରା ମନକୁ ଆସିଥାଏ। ବାସ୍ତୁ ଅନୁଯାୟୀ ମଧ୍ୟ ବେଡରୁମ୍‌ରେ ଝରକା ରହିବା ନିହାତି ଜରୁରୀ। ଏହାବ୍ୟତୀତ ଧ୍ୟାନ ରଖିବେ, ଶୋଇବା ସମୟରେ ଆପଣଙ୍କ ପାଦ ଯେପରି ବେଡରୁମ୍‌ର ପ୍ରବେଶ ପଥ ଆଡକୁ ନ ରୁହେ।

 ୨ଟି ସୁନ୍ଦର ଫୁଲ ପାତ୍ର ରଖନ୍ତୁ

ବାସ୍ତୁ ଅନୁଯାୟୀ, ପ୍ରେମର ପ୍ରତୀକ ସ୍ୱରୂପ  ସ୍ୱାମୀସ୍ତ୍ରୀ ବେଡରୁମ୍‌ରେ ୨ଟି ସୁନ୍ଦର ଫୁଲ ଭର୍ତ୍ତି ପାତ୍ର ରଖିବା ଜରୁରୀ। ଏହାଦ୍ୱାରା ଦାମ୍ପତ୍ୟ ଜୀବନରେ ପ୍ରେମ ବଢିଥାଏ। ଏହାବ୍ୟତୀତ ଏକ ସୁନ୍ଦର ବାଉଲରେ କ୍ରିଷ୍ଟଲ ରଖନ୍ତୁ। ସେଥିରେ ଅଳ୍ପ ଚାଉଳ ପକାଇ ଦିଅନ୍ତୁ। ଆପଣ ଲକ୍ଷ୍ୟ ରଖିବେ, ଆପଣଙ୍କ ମଧ୍ୟରେ ଥିବା ସମସ୍ତ ଟେନସନ୍‌ ଦୂରେଇ ଯିବ।

ଲାଲ ରଙ୍ଗର ମହମବତୀ ଜଳାନ୍ତୁ

ଯଦି ଦମ୍ପତିଙ୍କ ମଧ୍ୟରେ ଦୂରତା ବଢ଼ି ବଢ଼ି ଯାଉଛି, ତେବେ ଏହାକୁ ଦୂର କରିବାକୁ ୨ଟି ଲାଲ ମହମବତି ବେଡରୁମ୍‌ରେ ଜଳାନ୍ତୁ। ଏହାବ୍ୟତୀତ କାଚର ସେରାମିକ୍‌ ପାତ୍ରରେ ଛୋଟ ଛୋଟ ପଥର ରଖି ପାରିବେ। ଏହାଦ୍ୱାରା ରୁମ୍‌ରେ ସକରାତ୍ମକ ଉର୍ଜ୍ଜା ଆସିଥାଏ ଓ ଉଭୟଙ୍କ ମଧ୍ୟରେ ପ୍ରେମ ବଢିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ଅଛି।

ଲାଇଟ୍‌ ପ୍ରତି ଧ୍ୟାନ ଦିଅନ୍ତୁ

ବାସ୍ତୁ ଅନୁଯାୟୀ, ବେଡରୁମ୍‌ରେ ଲାଲ୍‌ ରଙ୍ଗର ଲାଇଟ୍‌ ଲଗାନ୍ତୁ। ଏହାବ୍ୟତୀତ ରୁମ୍‌ର ପରଦା, କୁସନ କଭର ବି ଏହି ରଙ୍ଗର  ବ୍ୟବହାର କରନ୍ତୁ। ଆପଣଙ୍କୁ ଯଦି ଲାଗୁଛି, ଲାଲ ରଙ୍ଗର ବ୍ୟବହାର ଟିକେ ଅଧିକା ହୋଇଯାଉଛି, ତା’ ହେଲେ ଗୁଲାପ ରଙ୍ଗର ବି ପ୍ରୟୋଗ କରି ପାରିବେ।

ପ୍ରେମର ପ୍ରତୀକ ଭାବେ ବାଛନ୍ତୁ ପକ୍ଷୀଙ୍କ ଫଟୋ

ବାସ୍ତୁ କହୁଛି, ବେଡରୁମ୍‌ରେ ପାଣି ଥିବା କୌଣସି ଛବି ଲଗାନ୍ତୁ ନାହିଁ। ଏହା ପରିବର୍ତ୍ତେ ଆପଣ କୌଣସି ରୋମାଣ୍ଟିକ ଫଟୋକୁ ଜାଗା ଦେଇ ପାରିବେ। ଆପଣ ଚାହିଁଲେ ପକ୍ଷୀ ଫଟୋ ମଧ୍ୟ ଲଗାଇ ପାରିବେ। କିନ୍ତୁ ଧ୍ୟାନ ରଖିବେ, ଗୋଟିଏ ନୁହେଁ, ୨ଟି ପକ୍ଷୀଙ୍କ ଫଟୋ ଲଗାନ୍ତୁ। ଏହାଦ୍ୱାରା ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କେବେ ବି ପ୍ରେମ କମି ନ ଥାଏ।

 



from Odisha Reporter https://ift.tt/32VzRrL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages