ଜମିରେ ଧାନ ରୋଇଲେ ଗଞ୍ଜାମ ଜିଲ୍ଲାପାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 29, 2019

ଜମିରେ ଧାନ ରୋଇଲେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଜିଲ୍ଲାର ପ୍ରଶାସନିକ ମୁଖିଆ ହେଉଛନ୍ତି ଜିଲ୍ଲାପାଳ। ନିଜ ଦୁଃଖ, ଅସୁବିଧା ଜଣାଇବାକୁ ସାଧାରଣ ଲୋକେ ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଲାଇନ ଲଗାଇଥାନ୍ତି। ହେଲେ ଏଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ବିଭିନ୍ନ ଯୋଜନାର ଅନୁଧ୍ୟାନ କରିବାକୁ  ଗ୍ରାମାଞ୍ଚଳ ପରିଦର୍ଶନ କରୁଥିବା ଜିଲ୍ଲାପାଳ ସ୍ୱଇଚ୍ଛାରେ କାଦୁଅ ବିଲରେ ପଶିଲେ। ଆଉ ଆଗ୍ରହର ସହ  ଜମିରେ ଧାନ ମଧ୍ୟ ରୋଇଲେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଳକ୍‌ ମଥୁରା ପଞ୍ଚାୟତର ଭରସା ଗାଁରେ।


ଧାଡ଼ି ପ୍ରଣାଳୀରେ ଚାଷ କରିବାକୁ ନେଇ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ଜରିଆରେ ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଉଛି।  ଏନେଇ ଗତକାଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ,ଜିଲ୍ଲା କୃଷି ଅଧିକାରୀ ଓ ବ୍ରହ୍ମପୁର କୃଷି ଉପନିର୍ଦ୍ଦେଶ ଏହାର ଅନୁଧ୍ୟାନ କରିବା ପାଇଁ ବିଭିନ୍ନ ଅଞ୍ଚଳକୁ ଯାଇଥିଲେ। ଏହି ସମୟରେ ସେମାନେ ଭରସା ଗାଁକୁ ଅନୁଧ୍ୟାନ ପାଇଁ ଯାଇଥିଲେ।

ସେଠାରେ  ଚାଷୀ ସେମାନଙ୍କ ବିଲରେ ଧାନ ରୋଉଥିଲେ। ଜିଲ୍ଲାପାଳ ମଧ୍ୟ ଚାଷୀମାନଙ୍କ ସହ ମିଶି କାଦୁଅ ଜମିରେ ଧାନ ରୋଇଥିଲେ। ଜିଲ୍ଲାପାଳଙ୍କ ସହ କିଛି ଅଧିକାରୀ ମଧ୍ୟ ଏଥିରେ ସାମିଲ ହୋଇଯାଇଥିଲେ। ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।



from Odisha Reporter https://ift.tt/2SPBmTZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages