ପୁରୀରେ ପହଣ୍ଡି ଆରମ୍ଭ, ସବୁ କିଛି ସଅଳ ଚାଲିଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 11, 2019

ପୁରୀରେ ପହଣ୍ଡି ଆରମ୍ଭ, ସବୁ କିଛି ସଅଳ ଚାଲିଛି

ପୁରୀ (ଓଡ଼ିଶା ରିପୋର୍ଟର): ଆଜି ହେଉଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ଚତୁର୍ଦ୍ଧା ମୂର୍ତ୍ତି ଆଜି ରଥରେ ବସି ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ। ଏଥିପାଇଁ ପୁରୀ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ଗୁଣ୍ଡିଚା ମନ୍ଦିରରେ ସବୁ ନୀତିକାନ୍ତି ସୁରୁଖୁରୁରେ ଚାଲିଛି। ଏଠାରେ ପହଣ୍ଡି ଆରମ୍ଭ ହୋଇଯାଇଛି। ନିୟମ ଅନୁଯାୟୀ, ପ୍ରଥମେ ପ୍ରଭୁ ଶ୍ରୀସୁଦର୍ଶନଙ୍କୁ ପହଣ୍ଡିରେ ଅଣାଯାଇ ରଥାରୂଢ଼ କରାଯାଇଛି। ଏହା ପରେ ମହାପ୍ରଭୁ ଶ୍ରୀବଳଭଦ୍ର, ମା’ ସୁଭଦ୍ର ଓ ଶେଷରେ କାଳିଆ ଠାକୁର ପହଣ୍ଡିରେ ରଥକୁ ଆସିବେ।

ଗୁଣ୍ଡିଚା ଯାତ୍ରା ବା ଘୋଷଯାତ୍ରା ଦିନ ଯେମିତି ସବୁ ନୀତିକାନ୍ତି ଶୀଘ୍ର ଶୀଘ୍ର ସମାପ୍ତ ହୋଇଥିଲା, ଆଜି ବି ସେମିତି ସବୁ କିଛି ସଅଳ ଚାଲିଛି। ଦିନ ୧୨ଟାରେ ପହଣ୍ଡି ହେବ ବୋଲି ପୂର୍ବରୁ କୁହାଯାଇଥିଲେ ହେଁ, ସାଢ଼େ ୯ଟା ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଯାଇଛି।

ଶ୍ରୀଜିଉଙ୍କ ସେନାପଟା ଲାଗି, ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ଅବକାଶ ନୀତି ଓ ଖେଚୁଡ଼ି ଭୋଗ ଆଦି ନିର୍ଦ୍ଧାରିତ ସମୟଠାରୁ ସଅଳ ଶେଷ ହୋଇଛି। ଏସବୁ ନୀତିକାନ୍ତି ଶେଷ ହେବା ପରେ ପହଣ୍ଡି ଆରମ୍ଭ କରାଯାଇଛି।

ଘୋଷଯାତ୍ରା ଦିନ ଅପରାହ୍ଣ ୪ଟାରେ ରଥ ଟଣା ଆରମ୍ଭ ହେବ ବୋଲି କୁହାଯାଇଥିଲେ ହେଁ, ଏହାର ଯଥେଷ୍ଟ ପୂର୍ବରୁ ଅପରାହ୍ଣ ୨ଟା ୧୫ରେ ରଥଟଣା ଆରମ୍ଭ ହୋଇଯାଇଥିଲା।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଶରଧାବାଲିରେ ପ୍ରବଳ ଜନସମାଗମ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।



from Odisha Reporter https://ift.tt/32fy8x8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages