ହାତ ପାପୁଲିରେ ଦର୍ଶନ ଦେଇଥିଲେ ଶ୍ରୀ ଜଗନ୍ନାଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 11, 2019

ହାତ ପାପୁଲିରେ ଦର୍ଶନ ଦେଇଥିଲେ ଶ୍ରୀ ଜଗନ୍ନାଥ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିଖ୍ ଧର୍ମଗୁରୁ ନାନକଙ୍କର ଓଡ଼ିଶା ଓ ଶ୍ରୀଜଗନ୍ନାଥଙ୍କ ସହ ନିବିଡ଼ ସମ୍ପର୍କ ଥିଲା। ଗୁରୁ ନାନକ ୫୦୦ ଶହ ବର୍ଷ ତଳେ ଶ୍ରୀକ୍ଷେତ୍ର ପୁରୀକୁ ଆଗମନ କରିଥିଲେ। ସେ ନିଜ ଶିଷ୍ୟ ମର୍ଦ୍ଦନଙ୍କ ସହ ପୁରୀ ଆସିଥିଲେ। ମହାପ୍ରଭୁ ଜଗନ୍ନାଥଙ୍କ ନିରାକାର ସତ୍ତାକୁ ଗ୍ରହଣ କରି ସେ ପାଲଟି ଯାଇଥିଲେ ଶ୍ରୀଜିଉଙ୍କ ପରମ ଭକ୍ତ। କଥାରେ ଅଛି, ମହାପ୍ରଭୁ ନାନକଙ୍କ ପାଇଁ ନିଜ ରତ୍ନଥାଳି ବଢ଼ାଇ ତାଙ୍କ କ୍ଷୁଧା ନିବାରଣ କରିଥିଲେ।

ଏକଦା ନାନକ ନିଜ ଶିଷ୍ୟମାନଙ୍କୁ ନେଇ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରୁଥିବା ବେଳେ ଯବନ ଭାବି ସେମାନଙ୍କୁ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ ଅନୁମତି ମିଳି ନ ଥିଲା। ଏଣୁ ସେ ମହାପ୍ରଭୁଙ୍କ ଉପରେ ଅଭିମାନ କରି ସିଂହଦ୍ୱାର ଛାଡ଼ି ମହୋଦଧି କୂଳରେ ଧ୍ୟାନମଗ୍ନ ହୋଇଥିଲେ। ଗୁରୁ ଗ୍ରନ୍ଥ ସାହେବର କାହାଣୀ ମୁତାବକ ଠାକୁରଙ୍କ ରତ୍ନଥାଳ ଶ୍ରୀମନ୍ଦିରରୁ ଉଠିଆସି ତାଙ୍କ ମଥା ଉପରେ ବୁଲିବାକୁ ଲାଗିଥିଲା। ଏପରିକି ଖବର ପାଇ ଗଜପତି ମହାରାଜ ତାଙ୍କ ନିକଟକୁ ଯାଇଥିଲେ। ଆଉ ସେଠାରେ ଗୁରୁ ନାନାକ ତାଙ୍କ ପାପୁଲିରେ ଗଜପତିଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇଥିଲେ।

ସନ୍ଥ ନାନକଙ୍କ ହାତ ପାପୁଲିରେ ମହାପ୍ରଭୁଙ୍କୁ ଦର୍ଶନ କରି ରାଜା ଅଭିଭୂତ ହୋଇଥିଲେ ଓ ନାନକଙ୍କ ଭକ୍ତଙ୍କ ପାଇଁ ଜମି ଖଞ୍ଜା କରିଥିଲେ। ମହାପ୍ରଭୁଙ୍କ ଏହି ପରମଭକ୍ତ ଗୁରୁ ନାନକଙ୍କ ଅବସ୍ଥାନ ଅଞ୍ଚଳକୁ ବାଉଳୀ ମଠ ଭାବେ ଗ୍ରହଣ କରାଯାଏ। ଯେଉଁଠାରେ ନାନକଙ୍କ ସମାଧି ପୂଜିତ ହେଉଛି।

ଖାଲି ସେତିକି ନୁହେଁ, ଗୁରୁ ନାନକ ଜଗନ୍ନାଥ ମହାପ୍ରଭୁଙ୍କ ନିମିତ୍ତ ପଞ୍ଜାବୀ ଭାଷାରେ ଏକ ଗୀତ ମଧ୍ୟ ରଚନା କରିଥିଲେ। – “ଗଗନ ମେ ଥାଲ୍, ରବ୍ ଚନ୍ଦ ଦୀପକ୍ ବନେ, ତାରକା ମଣ୍ଡଲ ଜନ୍ନକ ମୋତି…”।
ଏହି ଗୀତଟିକୁ ଆଜି ମଧ୍ୟ ବାଉଳୀ ମଠରେ ମହାପ୍ରଭୁ ଜଗନ୍ନାଥଙ୍କ ଆଳତି ସମୟରେ ଗାନ କରାଯାଉଥିବା ଦେଖା ଯାଇଥାଏ।



from Odisha Reporter https://ift.tt/2XZPxe3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages