ବାଚସ୍ପତିଙ୍କୁ ପ୍ରଶଂସା କଲେ କଂଗ୍ରେସ ସାଂସଦ ଅଧୀର ଚୌଧୁରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 25, 2019

ବାଚସ୍ପତିଙ୍କୁ ପ୍ରଶଂସା କଲେ କଂଗ୍ରେସ ସାଂସଦ ଅଧୀର ଚୌଧୁରୀ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ସଂସଦରେ ବାଚସ୍ପତି ଓମ୍ ବିର୍ଲାଙ୍କର ପ୍ରଶଂସା କରିଛନ୍ତି। ସେ ଆଶା ରଖିଛନ୍ତି ଯେ ବାଚସ୍ପତି ଆଗାମୀ ଦିନରେ କମନଓ୍ୱେଲଖ ଦେଶ ଗୁଡ଼ିକ ମଧ୍ୟରେ ସବୁଠାରୁ ଭଲ ବାଚସ୍ପତି ହେବେ।
ମୁସଲିମ୍ ମହିଳାଙ୍କ ବିବାହ ଅଧିକାର ବିଧେୟକ ୨୦୧୯ ଉପରେ ଗତକାଲି ଲୋକସଭାରେ ଆଲୋଚନା ହେଉଥିଲା। ଏହି ଅବସରରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ କହିଥିଲେ ବାଚସ୍ପତି ଓମ୍ ବିର୍ଲା ଲୋକସଭା ଚଳାଇବାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଛନ୍ତି। ସେ ବିରୋଧୀଙ୍କୁ ମଧ୍ୟ କହିବାକୁ ସୁଯୋଗ ଦେଉଛନ୍ତି। ଆପଣଙ୍କ ପାଇଁ ଆମେ ସଂସଦରେ ସମସ୍ତ ପ୍ରସଙ୍ଗ ଉପସ୍ଥାପନ କରିପାରୁଛୁ ବୋଲି ଶ୍ରୀ ଚୌଧୁରୀ କହିଥିଲେ।
ସୂଚନାଯୋଗ୍ୟ, ରାଜସ୍ଥାନର କୋଟାରୁ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଥିବା ବିଜେପି ସାଂସଦ ଓମ୍ ବିର୍ଲା ନିର୍ଦ୍ୱନ୍ଦରେ ଚଳିତ ଲୋକସଭାର ବାଚସ୍ପତି ଭାବରେ ନିର୍ବାଚିତ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନାମ ପ୍ରସ୍ତାବ କରିଥିଲେ।


from Odisha Reporter https://ift.tt/2JTMTPd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages