ପୁଣି ବାହା ହେବେ ପୱନୀ, ଦୁଇ ବର୍ଷ ତଳେ ସ୍ୱାମୀ କରିଥିଲେ ଆତ୍ମହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 25, 2019

ପୁଣି ବାହା ହେବେ ପୱନୀ, ଦୁଇ ବର୍ଷ ତଳେ ସ୍ୱାମୀ କରିଥିଲେ ଆତ୍ମହତ୍ୟା

ମୁମ୍ବାଇ: ଦୁଇ ବର୍ଷ ତଳେ ସ୍ୱାମୀଙ୍କ ଆତ୍ମହତ୍ୟା ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ଟେଲିଭିଜନ୍‌ ଅଭିନେତ୍ରୀ ପୱନୀ ରେଡ୍ଡୀ। ତେବେ ଏବେ ସେ ଜୀବନରେ ପୁଣି ଆଗକୁ ବଢ଼ିବା କଥା ଚିନ୍ତା କରିଛନ୍ତି। ଦ୍ୱିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି ତାମିଲ୍ ଓ ତେଲୁଗୁ ଟେଲିଭିଜନ ଦର୍ଶକଙ୍କ ମଧ୍ୟରେ ବେଶ୍‌ ଜଣାଶୁଣା ଏହି ଅଭିନେତ୍ରୀ। ମିଳିଥିବା ରିପୋର୍ଟ ଅନୁଯାୟୀ, ପୱନୀ ଖୁବ୍‌ଶୀଘ୍ର ତାଙ୍କ ପାରିବାରିକ ବନ୍ଧୁ ଆନନ୍ଦଙ୍କୁ ବିବାହ କରିବାକୁ ଯାଉଛନ୍ତି।

 

ବେଶ୍ କିଛି ଦିନ ହେଲେ ପୱନୀ ଓ ଆନନ୍ଦଙ୍କୁ ନେଇ ସୋଶାଲ୍ ମିଡିଆରେ ଚର୍ଚ୍ଚା ରହିଆସୁଛନ୍ତି। ଦୁହେଁ ସେମାନଙ୍କ ରିଲେସନ୍‌ଶିପ୍ ସଂପର୍କରେ ସୋଶାଲ୍ ମିଡିଆରେ ସଙ୍କେତ ଦେଇଥିଲେ। ଏପରି ବି ଖବର ମିଳିଛି ଯେ, ଆନନ୍ଦ ତାଙ୍କ ହାତରେ ପୱନୀଙ୍କ ପ୍ରଥମ ସ୍ୱାମୀଙ୍କ ନାଁର ଟାଟୁ କରିଛନ୍ତି। ଏପରି କରି ପୱନୀଙ୍କ ପ୍ରଥମ ସ୍ୱାମୀଙ୍କ ପ୍ରତି ତାଙ୍କର ଥିବା ସମ୍ମାନକୁ ସେ ପ୍ରତିପାଦିତ କରିଛନ୍ତି।

ସୂଚନା ଅନୁଯାୟୀ, ୨୦୧୩ରେ ପୱନୀ ଅଭିନେତା ପ୍ରଦୀପ କୁମାରଙ୍କୁ ବାହା ହୋଇଥିଲେ। ତାମିଲ୍ ଟେଲିଭିଜନ୍‌ ଜଗତରେ ପ୍ରଦୀପ ଜଣେ ଜଣାଶୁଣା କଳାକାର ଥିଲେ। ସେ ଏକାଧିକ ହିଟ୍ ଧାରାବାହିକରେ କାର୍ଯ୍ୟ କରିଥିଲେ। ୨୦୧୭ରେ  କୌଣସି କଥାକୁ ନେଇ ପ୍ରଦୀପ ଏବଂ ପୱନୀଙ୍କ ମଧ୍ୟରେ ମତାନ୍ତର ହୋଇଥିଲା। କଥାଟା ସେତେ ସାଂଘାତିକ ନଥିଲେ ମଧ୍ୟ ପ୍ରଦୀପ ଏହାକୁ ନେଇ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁ ପରେ ପୱନୀ ପୂରା ଭାଙ୍ଗି ପଡ଼ିଥିଲେ।

ସୂଚନାଯୋଗ୍ୟ, ପୱନୀ ତେଲୁଗୁ ଫିଲ୍ମ ‘ଡ୍ରିମ୍‌’ ଓ ତାମିଲ ଫିଲ୍ ‘ୱରଜମ୍‌’ରେ ଅଭିନୟ କରିଥିଲେ। ଏହା ତାଙ୍କ କ୍ୟାରିଅରର ପ୍ରଥମ ସୋପାନ ଥିଲା। ତା’ପରେ ସେ ଟେଲିଭିଜନକୁ ଆସିଥିଲେ।



from Odisha Reporter https://ift.tt/32Uw0er

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages