ବିନା କୋଚିଂରେ ଓଜେଏସ୍‌ ପରୀକ୍ଷାରେ ଟପ୍ପର ହେଲେ ଅନୁଗୋଳ ଝିଅ ଇପ୍‌ସିତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 27, 2019

ବିନା କୋଚିଂରେ ଓଜେଏସ୍‌ ପରୀକ୍ଷାରେ ଟପ୍ପର ହେଲେ ଅନୁଗୋଳ ଝିଅ ଇପ୍‌ସିତା

ଅନୁଗୋଳ(ବିରଜା ପ୍ରସାଦ ଦାଶ): ଓଡ଼ିଶା ଜୁଡିସିଆଲ ସର୍ଭିସ(OJS) ପରୀକ୍ଷାରେ ଟପ୍ପର ହୋଇଥିବା ଅନୁଗୋଳର ଝିଅ ଇପ୍‌ସିତା ଅଭିନନ୍ଦିତା ମିଶ୍ରଙ୍କ ପାଖକୁ ଏବେ ଶୁଭେଚ୍ଛାର ସୁଅ ଛୁଟୁଛି। ସେ ପ୍ରଥମ ପ୍ରୟାସରେ ଓପିଏସ୍‌ସି ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ଅନୁଗୋଳ ସହର ଉପକଣ୍ଠ ସୁସୁଡ଼ା ନିବାସୀ  ଆଇନଜୀବୀ ଧ୍ରୁବଚରଣ ମିଶ୍ର ଓ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ହିଲ୍ଲୋଳିନୀ ମିଶ୍ରଙ୍କ ଝିଅ ହେଛନ୍ତି ଇପ୍‌ସିତା ଅଭିନନ୍ଦିତା। ଇପ୍‌ସିତା ଅନୁଗୋଳ ସ୍ଥିତ ରୋଟାରୀ ପବ୍ଲିକ୍‌ ସ୍କୁଲ୍‌ରେ ଦଶମ ଶ୍ରେଣୀରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ସେ ତାଳଚେର କଳିଙ୍ଗ ଏରିଆ ଡିଏଭିରୁ ଯୁକ୍ତ ଦୁଇରେ ୮୩.୬ ପ୍ରତିଶତ ନମ୍ୱର ରଖି ପାସ୍‌ କରିଥିଲେ। ଏହାପରେ ନିଜ ଇଚ୍ଛା ନଥିଲେ ମଧ୍ୟ ପରିବାର ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଇ ୟୁନିଭରସିର୍ଟି ଲ’ କଲେଜରେ ପଢ଼ିଥିଲେ। ଆଉ ସେଠାରୁ ମଧ୍ୟ ସଫଳତାର ସହିତ କୃତକାର୍ଯ୍ୟ ହୋଇଥିଲେ।

ଗତ ଜାନୁଆରୀରେ ଅନୁଷ୍ଠିତ ହୋଇଥିବା OJS ପ୍ରିଲିମିନାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୫୧୩ ଜଣ ପରୀକ୍ଷାର୍ଥୀ ଏପ୍ରିଲ ମାସରେ ମୁଖ୍ୟ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୬୧ ଜଣ ପରୀକ୍ଷାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିବା ବେଳେ ୪୧ ଜଣ ଓଜେଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଆଉ ସେମାନଙ୍କ ମଧ୍ୟରେ ଅଛନ୍ତି ଇପ୍‌ସିତା।

ସବୁଠାରୁ ବଡ଼ କଥା ହେଉଛି ସେ ବିନା କୋଚିଂରେ ଓଜେଏସ୍ ପାଇଛନ୍ତି। କଠିନ ପରିଶ୍ରମ ହିଁ ତାଙ୍କୁ ଏ ସଫଳତା ଦେଇଛି ବୋଲି ସେ କହିଛନ୍ତି।

ବର୍ଷ ବର୍ଷ ଧରି ପଡ଼ି ରହିଥିବା ମାମଲାଗୁଡ଼ିକର କିଭଳି ଖୁବ୍‌ଶୀଘ୍ର ଶୁଣାଣି କରି ଫଇସଲା କରାଯାଇ ପାରିବ, ତା’ ଉପରେ ଗୁରୁତ୍ୱ ଦେବେ ବୋଲି ଇପ୍‌ସିତା କହିଛନ୍ତି।

 

 



from Odisha Reporter https://ift.tt/2LRoHiL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages