ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ଗାଡ଼ିରେ ରଖନ୍ତୁ ପିରାମିଡ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 27, 2019

ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ଗାଡ଼ିରେ ରଖନ୍ତୁ ପିରାମିଡ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାସ୍ତୁ ଅନୁସାରେ ଅନେକ ଲୋକ ଘରେ, ଅଫିସ୍‌ରେ କିମ୍ବା କାର୍‌ ଆଦିରେ ପିରାମିଡ୍‌ ରଖନ୍ତି। ଏହାକୁ ଶକ୍ତିର କେନ୍ଦ୍ର ବୋଲି କୁହାଯାଏ।

ବାସ୍ତୁ ଅନୁସାରେ ‘ପିରାମିଡ୍‌’କୁ ଗାଡ଼ିରେ ରଖିଲେ ଦୁର୍ଘଟଣାରୁ ରକ୍ଷା ମିଳେ। କେବଳ କାର୍‌, ବସ୍, ଟ୍ରକ୍ ନୁହେଁ, ଏହାକୁ ବାଇକ୍‌ରେ ମଧ୍ୟ ରଖାଯାଇପାରିବ। ପାଖରେ ପିରାମିଡ୍ ଥିଲେ, ସକାରାତ୍ମକ ଶକ୍ତିର ପ୍ରଭାବ ବଢ଼ିଥାଏ। ତେବେ ବାସ୍ତୁବିତ୍‌ଙ୍କ ମତରେ ପିରାମିଡ୍‌ରୁ ଆଉ କେଉଁ ସବୁ ଲାଭ ମିଳେ ଓ ଏହାକୁ କେମିତି ବ୍ୟବହାର କରିବେ, ତାହା ବି ଜାଣି ନିଅନ୍ତୁ।

୧. ବାସ୍ତୁ ଅନୁସାରେ ‘ପିରାମିଡ୍‌’ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ। ଏକ ପାତ୍ରରେ ଚାଉଳ ରଖି ଏହା ଉପରେ ପିରାମିଡ୍ ରଖନ୍ତୁ ଏବଂ ଗଜାନନଙ୍କ ମନ୍ତ୍ର ଜପ କରନ୍ତୁ। ଏହାପରେ ସେହି ଚାଉଳରେ ଖିରି ପ୍ରସ୍ତୁତ କରି ଖାଆନ୍ତୁ। ଏହାଦ୍ୱାରା ଆପଣଙ୍କର ସ୍ମରଣ ଶକ୍ତି ବୃଦ୍ଧି ହେବ।

୨. ସେହିପରି ଏକ ପାତ୍ର କିଛି ପାଣି ନେଇ ସେଥିରେ ପିରାମିଡ୍‌ ରଖନ୍ତୁ। ପରେ ସେହି ପାଣିକୁ ନେଇ ମୁହଁ ଓ ଆଖିକୁ ଧୁଅନ୍ତୁ। ଏପରି କଲେ ଆପଣଙ୍କ ତ୍ୱଚା ଉଜ୍ଜ୍ୱଳ ହେବା ସହିତ ଆଖି ସୁସ୍ଥ ରହିବ।

୩. ବାସ୍ତୁ ଅନୁସାରେ ବ୍ୟବସାୟରେ ଉନ୍ନତି ପାଇଁ ପାଖରେ ପିରାମିଡ୍‌ ରଖନ୍ତୁ। ମା’ ଲକ୍ଷ୍ମୀଙ୍କର ପୂଜା କରି ପିରାମିଡ୍‌କୁ ଦୋକାନରେ ବା କାର୍ଯ୍ୟସ୍ଥଳରେ ଉତ୍ତର-ପୂର୍ବ କିମ୍ୱା ଉତ୍ତର ଦିଗରେ ଏହାକୁ ରଖନ୍ତୁ। ଏହାଦ୍ୱାରା ଆପଣଙ୍କର ବ୍ୟବସାୟରେ ଉନ୍ନତି ହେବ।

୪. ଏହା ମଧ୍ୟ କୁହାଯାଏ ଯେ, ରୋଗରୁ ଉପଶମ ପାଇବା ପାଇଁ ଆପଣ ପିରାମିଡ୍‌ର ବ୍ୟବହାର କରିପାରିବେ। ବାସ୍ତୁ ଅନୁସାରେ ଆପଣଙ୍କର ଯେଉଁ ଅଙ୍ଗରେ ଯନ୍ତ୍ରଣା ହେଉଛି, ସେହି ସ୍ଥାନରେ ଏକ ପିରାମିଡ୍‌କୁ କପଡ଼ା ସାହାଯ୍ୟରେ ବାନ୍ଧନ୍ତୁ। ଏପରି କଲେ ଆପଣଙ୍କୁ ଶୀଘ୍ର ଉପଶମ ମିଳିବ।



from Odisha Reporter https://ift.tt/2LLNNPI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages