ଶରଧାବାଲିରେ ଶ୍ରୀଜିଉ; ଅପରାହ୍ନରେ ବିଜେ କରିବେ ଆଡ଼ପ ମଣ୍ଡପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 4, 2019

ଶରଧାବାଲିରେ ଶ୍ରୀଜିଉ; ଅପରାହ୍ନରେ ବିଜେ କରିବେ ଆଡ଼ପ ମଣ୍ଡପ

ପୁରୀ(ଓଡ଼ିଶା ରିପୋର୍ଟର): ଶରଧାବାଲିରେ ରଥ ଉପରେ ଥାଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ଆଜି ଅପରାହ୍ନ ପର୍ଯ୍ୟନ୍ତ ଚତୁର୍ଦ୍ଧା ମୂର୍ତ୍ତି ରଥ ଉପରେ ରହିବେ। ଅପରାହ୍ନରେ ତିନି ଠାକରଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରାଯିବ। ଏନେଇ ସମୟ ଧାର୍ଯ୍ୟ ହୋଇ ନ ଥିଲେ ମଧ୍ୟ ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଚତୁର୍ଦ୍ଧା ମୂର୍ତ୍ତି ଆଡ଼ପ ମଣ୍ଡପକୁ ବିଜେ କରିପାରନ୍ତି ବୋଲି ଜଣାପଡିଛି।

ଆଡ଼ପ ବିଜେ ପରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଆସନ୍ତାକାଲିଠାରୁ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ। ସକାଳ ସାଢେ ୭ଟାରୁ ସାଢେ ଆଠଟା ମଧ୍ୟରେ ଭକ୍ତମାନେ ସାହାଣମେଲା ଦର୍ଶନ କରିପାରନ୍ତି।

ଗତକାଲି ନିର୍ଦ୍ଧାରିତ ସମୟର ପୂର୍ବରୁ ଗୁଣ୍ଡିଚା ମନ୍ଦିର ଆଗରେ ଲାଗି ଯାଇଥିଲା ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ। ପ୍ରଥମେ ତାଳଧ୍ୱଜ ଓ ଦେବଦଳନ ରଥ ଶରଧାବାଲିରେ ଲାଗିବାର କିଛି ସମୟ ପରେ ନନ୍ଦିଘୋଷ ରଥ ମଧ୍ୟ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା। ଅନୁକୂଳ ପାଗ ଏବଂ ଶୃଙ୍ଖଳିତ ନୀତିକାନ୍ତି ସାଙ୍ଗକୁ ଯଥେଷ୍ଟ ଆଗୁଆ ରଥଟଣା ହୋଇଥିବାରୁ ତିନିଟି ଯାକ ରଥ ସଅଳ ଶରଧାବାଲିରେ ଲାଗିଥିଲା।



from Odisha Reporter https://ift.tt/328uzc5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages