ଏହି ସ୍ଥାନରେ ମହିଳାମାନେ ଟାଣିବେ ସୁଭଦ୍ରାଙ୍କ ରଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 4, 2019

ଏହି ସ୍ଥାନରେ ମହିଳାମାନେ ଟାଣିବେ ସୁଭଦ୍ରାଙ୍କ ରଥ

ବାରିପଦା(ମାଣିକ ଲାଲ ପାଣି): ବାରିପଦା ରଥଯାତ୍ରାର ରହିଛି ଅନନ୍ୟ ପରମ୍ପରା। ସବୁଠାରେ ଗତକାଲି ରଥ ଟଣାଯାଇଥିବା ବେଳେ ବାରିପଦାରେ ଆଜି ଟଣାଯିବା ରଥ ।
ନୀତି ଓ ପରମ୍ପରା ଅନୁଯାୟୀ, ଗତକାଲି ଏଠାରେ ରଥ ପ୍ରତିଷ୍ଠା କରାଯାଇଥିଲା। ମା’ ଅମ୍ବିକାଙ୍କ ମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ରଥ ପ୍ରତିଷ୍ଠା କରାଯାଇଥିଲା। ଏହାପରେ ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡି ବିଜେ କରି ରଥାରୁଢ ହୋଇଥିଲେ। ଧାଡ଼ି ପହଣ୍ଡିରେ ଆସି ପ୍ରଥମେ ଶ୍ରୀ ବଳଭଦ୍ର, ତାପରେ ଦେବୀ ସୁଭଦ୍ରା ଏବଂଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ହୋଇଥିଲା।


ଆଜି ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ରଥ ଟଣାଯିବ। ଭାଇ ବଳଭଦ୍ରଙ୍କ ପରେ ଭଉଣୀ ସୁଭଦ୍ରାଙ୍କ ରଥକୁ ମହିଳା ଭକ୍ତ ଟାଣିନେଇ ଅଧା ବାଟରେ ଅଟକାଇବେ। ଏହାପରେ ଆସନ୍ତାକାଲି ସୁଭଦ୍ରାଙ୍କ ରଥ ସହ ପ୍ରଭୁ ଜଗନ୍ନାଥଙ୍କ ରଥ ଟାଣିବାର ପରମ୍ପରା ରହିଛି। ବାରିପଦାର ସ୍ୱତନ୍ତ୍ର ପରମ୍ପରା ଅନୁଯାୟୀ କେବଳ ମହିଳା ଭକ୍ତମାନେ ଦେବୀ ସୁଭଦ୍ରାଙ୍କ ରଥକୁ ଟାଣିବେ।



from Odisha Reporter https://ift.tt/2JdYVTg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages