ଜଳିଗଲା ପାଉଁଶ ବୋଝେଇ ଟ୍ରକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 31, 2019

ଜଳିଗଲା ପାଉଁଶ ବୋଝେଇ ଟ୍ରକ୍‌

ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ କେନାଲ୍‌ ଛକ ନିକଟରେ ଏକ ପାଉଁଶ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱକୁ ଓଲଟି ପଡ଼ିବା ପରେ ଏଥିରେ ନିଆଁ ଲାଗି ଯାଇଥିଲା।  ଆଖି ପିଛୁଳାକେ ହୁତୁହୁତୁ ହୋଇ ଟ୍ରକ୍‌ଟି ଜଳିଯାଇଥିଲା। ଏହାଦେଖି ସ୍ଥାନୀୟ ଲୋକେ ଖୁଣ୍ଟା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ।

ଆଜି ସକାଳ ପ୍ରାୟ ସାଢ଼େ ସାତଟାରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଓ ଖଲାସୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଟ୍ରକ୍‌ଟି ବାରିପଦାରୁ ଖୁଣ୍ଟା ଆସୁଥିଲା। ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2YCTBRH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages