ବାଲିଆପାଳ ଥାନା ଅଧିକାରୀଙ୍କୁ ମାଡ଼ ଘଟଣାରେ ୧୨ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 31, 2019

ବାଲିଆପାଳ ଥାନା ଅଧିକାରୀଙ୍କୁ ମାଡ଼ ଘଟଣାରେ ୧୨ ଗିରଫ

ଜଳେଶ୍ୱର(ଅଜିତ ଦାସ): ବାଲିଆପାଳ ଥାନା ଅଧିକାରୀ ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କୁ ମାଡ଼ ଘଟଣାରେ ୧୨ ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି। ସେମାନଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖି ପୁଲିସ୍‌ ପଚରାଉଚରା କରୁଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏହି ୧୨ ଜଣଙ୍କୁ ଉଠାଇ ନେଇଥିଲା।

ସୂଚନାଯୋଗ୍ୟ, ଗତ ୨୬ ତାରିଖରେ ବାଲିଆପାଳର ଏକ ଢାବାରୁ ଜଣେ ନାବାଳକର ମୃତଦେହ ମିଳିଥିଲା। ଏହି ଘଟଣାରେ ତଦନ୍ତ କରିବାକୁ ଯାଇଥିବା ବାଲିଆପାଳ ଆଇଆଇସିଙ୍କୁ ଉତ୍ତ୍ୟକ୍ତ ଲୋକେ ଆକ୍ରମଣ କରିଥିଲେ। ପୁଲିସକୁ ମାଡ଼ ମାରିବା ସହ ଉତ୍ତ୍ୟକ୍ତ ଲୋକେ ଢାବା ପୋଡ଼ି ଦେଇଥିଲେ।

ଏହି ଘଟଣା ପରେ ବାଲିପାଳ ଥାନା ଅଧିକାରୀଙ୍କୁ ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଥିଲା। ତାଙ୍କ ସ୍ଥାନରେ ରେମୁଣା ଆଇଆଇସି ରଞ୍ଜିତ ସାହୁଙ୍କୁ ନିଯୁକ୍ତ କରାଯାଇଥିଲା।

ଢାବାରେ ନାବାଳକ ମୃତ୍ୟୁ, ପୁଲିସକୁ ମାଡ଼ ଓ ପୋଡ଼ାଜଳା ଘଟଣାରେ ଏଚ୍ଆରପିସି ତଦନ୍ତ କରୁଛି।



from Odisha Reporter https://ift.tt/2LSzUPV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages