କଟକ(ଓଡ଼ିଶା ରିପୋର୍ଟର):କଟକ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା କମନେଓ୍ୱଲେ୍ଥ ଟେବୁଲ ଟେନିସ ଚାମ୍ପିୟନସିପ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ଚାମ୍ପିୟନସିପରେ ଭାଗନେବା ପାଇଁ ୱେଲସ, ସାଉଥ ଆଫ୍ରିକା, ଇଂଲଣ୍ଡ ଦଳ ପହଞ୍ଚି ସାରିଛନ୍ତି। ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଚାମ୍ପିୟନସିପରେ ୧୪ଟି ଦେଶ ଭାଗ ନେବେ। ଖେଳାଳି ମାନେ କଟକରେ ପହଞ୍ଚୁଥିବାରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା କହିଛନ୍ତି କଟକ ଡିସିପି।
ଏଥିସହିତ ସହରର ବିଭିନ୍ନ ପ୍ରାଚୀରରେ ପେଣ୍ଟିଂ କରାଯାଉଛି। ଇଣ୍ଡୋର ଷ୍ଟାଡିୟମରେ ରହିଥିବା ୫ ହଜାର ସିଟକୁ ୩୦ ଟି ଜୋନରେ ଭାଗ କରାଯାଇଛି। ଦର୍ଶକ ମାନେ ଏହି ଷ୍ଟାଡିୟମକୁ ପ୍ରବେଶ କରିବା ପାଇଁ ୮ଟି ଗେଟ୍ ରହିଛି। ଖେଳାଳି ଓ ଭିଭିଆଇପିଙ୍କ ପ୍ରବେଶ ଲାଗି ସ୍ୱତନ୍ତ୍ର ଗେଟ୍ ରହିଛି।
ଷ୍ଟାଡିୟମ ପରିସରରେ ୧୦ ପ୍ଲାଟୁନ ପୁଲିସ ଫୋର୍ସ ରହିବେ। ସକାଳ ୯ଟାରୁ ରାତି ୧୦ ଟା ଯାଏଁ ମ୍ୟାଚ ରହିଥିବାରୁ ୨ଟି ସିଫ୍ଟରେ ପୁଲିସ ସୁରକ୍ଷା ଦାୟିତ୍ୱରେ ରହିବେ। ୨ ଜଣ ଏଡିସିପି ସୁରକ୍ଷା ତଦାରଖ କରିବେ। ଟ୍ରାଫିକ ନିୟନ୍ତ୍ରଣ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କଟକର ଖ୍ରୀଷ୍ଟିଆନ ପଡ଼ିଆ ଓ ଉପର ବାଲିଯାତ୍ରା ପଡିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି।
from Odisha Reporter https://ift.tt/2Ge1anF
No comments:
Post a Comment