ଅହମ୍ମଦାବାଦ(ଓଡ଼ିଶା ରିପୋର୍ଟର)ହୁ ହୁ ହୋଇ ଜଳିଗଲା ଯାତ୍ରୀବାହୀ ବସ। ଗୁଜୁରାଟର ମେହସାଣା-ଅହମ୍ମଦାବାଦ ଜାତୀୟ ରାଜପଥରେ ଏକ ବସ୍ ଜଳିଯାଇଛି। ବସ୍ଟି ପୋଡି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି। ତେବେ ଡ୍ରାଇଭର ଜଣକର ଉପସ୍ଥିତ ବୁଦ୍ଧି ଯୋଗୁଁ ବସ୍ର ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ନିଆଁ ଲାଗିବା ପରେ ବସ୍ଟିକୁ ଡ୍ରାଇଭର ଜଣକ ରାସ୍ତା କ଼ଡ଼କୁ ନେଇ ଯାଇଥିଲେ । ଏହାପରେ ବସ୍ରେ ନିଆଁ ଲାଗିବା ଅବସ୍ଥାରେ ସମସ୍ତ ଯାତ୍ରୀଙ୍କୁ ଜଣ ଜଣ କରି ସୁରକ୍ଷିତ ବାହାର କରିଥିଲେ । ସର୍ଟ ସର୍କିଟରୁ ବସ୍ରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡ ଯୋଗୁଁ ମେହସାଣା-ଅହମ୍ମଦାବାଦ ଜାତୀୟ ରାଜପଥରେ କିଛି ସମୟ ଧରି ଟ୍ରାଫିକ୍ ଜାମ୍ ଦେଖାଦେଇଥିଲା।
from Odisha Reporter https://ift.tt/2GgxtSN
No comments:
Post a Comment