ସରିଲା ପହଣ୍ଡି, ଚତୁର୍ଦ୍ଧା ମୂର୍ତ୍ତି ରଥାରୁଢ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 3, 2019

ସରିଲା ପହଣ୍ଡି, ଚତୁର୍ଦ୍ଧା ମୂର୍ତ୍ତି ରଥାରୁଢ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଓଡ଼ିଆ ଜାତିର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା  ଲାଗି ଆଜି  ପୁରୀ ସହର ଜନସମୁଦ୍ରରେ ପରିଣତ ହୋଇଛି। ତିନି ଠାକୁରଙ୍କ ପହଣ୍ଡି ଦେଖିବା ପାଇଁ ଲକ୍ଷାଧିକ ଭକ୍ତ ଏକାଠି ହୋଇଛନ୍ତି। ରଥ, ପଥ ଏବଂ ଭକ୍ତ ପ୍ରସ୍ତୁତ ଥିବା ବେଳେ ଧାଡ଼ି ପହଣ୍ଡିରେ ଆସି ରଥାରୁଢ଼ ହୋଇଛନ୍ତି ତିନିଠାକୁର। ଆଜି ନିର୍ଦ୍ଧାରିତ ସମୟ ପୂର୍ବରୁ ତିନି ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ସବୁ ରୀତିନୀତି ଠିକ୍‌ ସମୟରେ ସମ୍ପନ୍ନ ହୋଇଛି। ଛେରାପହଁରା ସହ ଅନ୍ୟାନ୍ୟ ନୀତି ଶେଷ ହେବା ପରେ ରଥଟଣା ଆରମ୍ଭ ହେବ।

ବିଧି ଅନୁସାରେ, ତିନି ଦିଅଁ  ଧାଡ଼ି ପହଣ୍ଡିରେ ଆସିଥିଲେ।  ପ୍ରଥମେ ଚର୍କରାଜ ଶ୍ରୀସୁଦର୍ଶନଙ୍କୁ ପହଣ୍ଡିରେ ଅଣାଯାଇ ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ବିଜେ କରାଯାଇଥିଲା। ଏହାପରେ ବଡ଼ଠାକୁର ଶ୍ରୀବଳଭଦ୍ର ଧାଡ଼ି ପହଣ୍ଡିରେ ଆସି ତାଳଧ୍ୱଜ ରଥରେ ବିଜେ କରିଥିଲେ। ମା’ସୁଭଦ୍ରାଙ୍କୁ ଶୂନ୍ୟ ପହଣ୍ଡିରେ ଅଣାଯାଇ ଦର୍ପଦଳନ ରଥରେ ବିଜେ କରାଯାଇଥିଲା।

ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ପହଣ୍ଡିରେ ଆସି ରଥାରୁଢ଼ ହେବା ପରେ କୋଟି କୋଟି ଓଡ଼ିଆଙ୍କ ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କର ପହଣ୍ଡି ଆରମ୍ଭ ହୋଇଥିଲା। ଦିବ୍ୟ ଟାହିଆରେ ସୁଶୋଭିତ ହୋଇ କଳାଠାକୁର ଭକ୍ତଙ୍କ ଗହଳରେ ଝୁଲିଝୁଲି ବାଇଶି ପାହାଚ ଦେଇ ଓହ୍ଲାଇ ଆସିବାର ଦୃଶ୍ୟ ଭକ୍ତଙ୍କୁ ବିମୋହିତ କରିଛି। ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅପୂର୍ବ ଉତ୍କଣ୍ଠା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଓ ରଥ ବିଜେ ସମୟରେ ହରିବୋଲ ହୁଳହୁଳି, ଜୟ ଜଗନ୍ନାଥ ଧ୍ୱନିରେ ଗଗନପବନ ପ୍ରକମ୍ପିତ ହୋଇଥିଲା।

କିଏ ବଡ଼ଦାଣ୍ଡରେ କାଳିଆଠାକୁରଙ୍କ ଆଗରେ ନୃତ୍ୟ ପରିବେଷଣ କରି ଭକ୍ତି ନୈବେଦ୍ୟ ଅର୍ପଣ କରୁଥିଲା ତ କିଏ ରଥ ସମ୍ମୁଖରେ ମୁରୁଜର ବର୍ଣ୍ଣାଳୀ ତୋଳି ଭକ୍ତି ପ୍ରଦର୍ଶନ କରୁଥିଲା। ତିନିଠାକୁର ରଥାରୁଢ଼ ହେବା ପରେ ଗଜପତି ମହାରାଜ ବିଜେ କରି ଛେରାପହଁରା କରିବେ। ଏହାପରେ ବଡ଼ ଦାଣ୍ଡରେ ଆରମ୍ଭ ହେବ ରଥଟଣା ।



from Odisha Reporter https://ift.tt/2YtQoAt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages