ଗୌରୀ ଲଙ୍କେଶ ମାନହାନି ମାମଲା: କୋର୍ଟରେ ହାଜର ହୋଇ ସଫେଇ ଦେଲେ ରାହୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 3, 2019

ଗୌରୀ ଲଙ୍କେଶ ମାନହାନି ମାମଲା: କୋର୍ଟରେ ହାଜର ହୋଇ ସଫେଇ ଦେଲେ ରାହୁଲ

ମୁମ୍ବାଇ: ସାମ୍ବାଦିକ ଗୌରୀ ଲଙ୍କେଶ ହତ୍ୟାକାଣ୍ଡ ପଛରେ ବିଜେପି ଓ ଆରଏସ୍‌ଏସ୍‌ର ହାତ ଥିବା କହି ବିବାଦ ସୃଷ୍ଟି କରିଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି କୋର୍ଟରେ ହାଜର ହୋଇଛନ୍ତି। ରାହୁଲଙ୍କ ଏଭଳି ବୟାନ ପାଇଁ ତାଙ୍କ ବିରୋଧରେ ମାନହାନି ମାମଲା ରୁଜୁ ହୋଇଥିଲା।

ଆଜି ରାହୁଲ କୋର୍ଟରେ ହାଜର ହୋଇ ସେ ଜାଣିଶୁଣି କାହାକୁ ଅପମାନ କରିବା ଭଳି ବୟାନ ଦେଇ ନଥିବା କହିଛନ୍ତି। ଏହାପରେ ୧୫ ହଜାର ଟଙ୍କାର ବଣ୍ଡ ଦାଖଲ କରି ରାହୁଲ କୋର୍ଟରୁ ଛାଡ଼ ପାଇଛନ୍ତି। ପୂର୍ବତନ ସାଂସଦ ଏକନାଥ ଗାଏକ୍ୱାଡ୍‌ ହିଁ ରାହୁଲଙ୍କ ପାଇଁ ଏହି ବଣ୍ଡ ଦାଖଲ କରିଥିଲେ।

ରାହୁଲଙ୍କ ବ୍ୟତୀତ ସିପିଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ମଧ୍ୟ ଏହି ମାନହାନି ମାମଲାରେ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟରେ ହାଜର ହୋଇଥିଲେ। ଉଭୟଙ୍କ ନାଁରେ ୨୦୧୭ରେ ମାନହାନି ମାମଲା ରୁଜୁ କରାଯାଇଥିଲା।

ମାଜଗାଓଁ ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟ କୋର୍ଟ ଫେବୃଆରୀ ମାସରେ ରାହୁଲ ଓ ୟେଚୁରୀଙ୍କୁ ହାଜର ହେବା ପାଇଁ ସମନ କରିଥିଲେ। ଓକିଲ ଦୃତିମନ ଯୋଶୀ ୨୦୧୭ରେ ରାହୁଲ ଗାନ୍ଧି, ସୋନିଆ ଗାନ୍ଧି ଓ ସୀତାରାମ ୟେଚୁରୀଙ୍କ ବିରୋଧରେ ମାନହାନି ମାମଲା କରିଥିଲେ।

ଦକ୍ଷିଣ ପନ୍ଥୀ ଗ୍ରୁପ୍‌ ଦ୍ୱାରା ୨୦୧୭ ସେପ୍ଟେମ୍ବର ମାସରେ ଗୌରୀ ଲଙ୍କେଶଙ୍କୁ ତାଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନ ଆଗରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡକୁ ୨୪ ଘଣ୍ଟା ପୂରି ନଥିବା ବେଳେ ରାହୁଲ ଗାନ୍ଧି ଓ ସୀତାରାମ ୟେଚୁରୀ ଏଥିପାଇଁ ବିଜେପି ଓ ଆରଏସ୍‌ଏସ୍‌କୁ ଦାୟୀ କରିଥିଲେ।

ରାହୁଲ ଆଜି ମୁମ୍ବାଇରେ ପହଞ୍ଚିବା ପରେ କଂଗ୍ରେସ କର୍ମୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ରାହୁଲ କୋର୍ଟ ଭିତରେ ଥିବା ବେଳେ ବାହାରେ କଂଗ୍ରେସ କର୍ମୀମାନେ ଦଳର ପତାକା ଧରି ତାଙ୍କ ସମର୍ଥନରେ ନାରାବାଜି କରିଥିଲେ।



from Odisha Reporter https://ift.tt/2Jb0UaT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages